fbpx

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ଉତ୍ତରପ୍ରଦେଶ, ୯ା୭: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଆଜି ଗିରଫ ହୋଇଛି । ଉଜ୍ଜୟିନୀରୁ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛି ପୋଲିସ । କାନପୁର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ବିକାଶ । ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକଣ୍ଡ ପରେ ସେ ଫେରାର ଥିଲା । ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡ ଘଟଣାର ୭ଦିନ ପରେ ଗିରଫ ହୋଇଛି ବିକାଶ । ବିକାଶ ଦୁବେ ଗିରଫ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଗିରଫ କରାଯାଇଥିବା ବେଳେ ବିକାଶ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ସୂଚନା ରହିଛି । ଗତକାଲି ଏନକାଉଣ୍ଟରେ ବିକାଶର ସହଯୋଗୀ ଅମରର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.