ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସମାରୋହ ଅନଷ୍ଠିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ର ସମାରୋହ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଉଦ୍ ଘାଟକ ଭାବେ ଯୋଗ ଦେଇ ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର୍ ସ୍ୱାଇଁ ଏହି ସମାରୋହ କୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ସଂସ୍କୃତିକ କ୍ଷେତ୍ରରେ ଜଣେ ଜଣେ ଅନନ୍ୟ ପ୍ରତିଭା ବୋଲି ମତ ଦେଇଥିଲେ । ଓଡ଼ିଶାର କଳା ସାହିତ୍ୟ ସଂସ୍କୃତି ଓ ଐତିହ୍ୟ କୁ କେବଳ ଆମ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ପ୍ରସାର ଓ ପ୍ରଚାର କରି ସାଂସ୍କୃତିକ ରଷ୍ଟ୍ରଦୂତ ଭାବେ ନିଜସ୍ଵ ପରିଚୟ ସୃଷ୍ଟି କରିବା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ ବୋଲି ବକ୍ତବ୍ୟ ରଖିଥିଲେ । ଏହାସହିତ ଆଗାମୀ ଦିନରେ ଏହି ବିଶ୍ଵବଦ୍ୟାଳୟ ଶିକ୍ଷ୍ୟାର୍ଥି ଆମ ଅସ୍ମିତା କୁ ଅଧିକ ରୁଦ୍ଧିମନ୍ତ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଭାସ୍କର୍ଯ୍ୟ ବିତ୍ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ଯୋଗ ଦେଇଥିଲେ । ଏହି ଅନନ୍ୟ ବିଶ୍ଵବିଦ୍ୟାଳୟ ସମସ୍ତ ପୁରାତନ ଛାତ୍ର ଛାତ୍ରୀ କଳା ଓ ସଂସ୍କୃତି କ୍ଷେତ୍ର ରେ ନିଜର ପ୍ରତିଭା ସଂପନ୍ନ ଦକ୍ଷତା ଯୋଗୁଁ ଆଜି ଆମ ସଂସ୍କୃତିକ ଗୌରବର ବାର୍ତ୍ତା ଦେଇଛନ୍ତି । ପ୍ରଚାରକ ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ର ଛାତ୍ର ଛାତ୍ରୀ ଦେଶ ବିଦେଶରେ ଆମ ସଂସ୍କୃତି କୁ ଉପସ୍ଥାପିତ କରି ସଫଳତା ସାଉଁଟିବା ଆମ ସମସ୍ତଙ୍କୁ ସବୁବେଳେ ଦେଶ୍ ଆନନ୍ଦିତ କରିବା ସହ ଏହି ବିଶ୍ଵ ବିଦ୍ୟାଳୟର ଗରୀମାକୁ ମଧ୍ୟ ସର୍ବତ୍ର ପ୍ରତିପାଦିତ କରି ପାରିଛି ବୋଲି ମତ ଦେଇଥିଲେ ଶ୍ରୀଯୁକ୍ତ ସାହୁ । ଏହି ଅବସର ରେ ସାଂସ୍କୃତିକ କ୍ଷେତ୍ରରେ ନିଜର ଦକ୍ଷତା ବଳ ରେ ସଫଳ ହୋଇଥିବା ଡ. ନିଗମାନନ୍ଦ ସାହୁ, ଡ ସସ୍ମିତା କାମୀଲା, ଶ୍ରୀ ବିଦ୍ୟାଧର ଶତପଥୀ, ଶ୍ରୀ ସର୍ବେଶ୍ଵର ବୈଠାରୁ ଓ ଶ୍ରୀ ଚକ୍ରଧର ଶତପଥୀ ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହାସହିତ ଡ. ସସ୍ମିତା କାମିଲା ବ୍ୟବହାରିକ କଳା ଓ ଡ. ନିଗନନ୍ଦ ସାହୁ ଙ୍କ ଓଡ଼ିଶାର ଯନ୍ତ୍ର ସଙ୍ଗୀତ ସଂପର୍କିତ ଦୁଇଟି ପୁସ୍ତକ ଲୋକାର୍ପିତ କରାଯାଇଥିଲା । ଶେଷରେ ଯନ୍ତ୍ର ସଙ୍ଗୀତ ଓ କଣ୍ଠ ସଙ୍ଗୀତ କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା । ପୁରାତନ ଛାତ୍ର ସଂସଦ ର ଆବାହକ ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତି ଡ. ନୀଳାଦ୍ରି କଲ୍ୟାଣ ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ।