ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗାଈକୁ ଗୋ-ମାତାର ଆଖ୍ୟା ଦିଆଯାଇ ପୂଜା କରାଯାଇଥାଏ । ଗୋ-ମାତାଙ୍କ ଠାରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି ବୋଲି କୁହାଯାଇଥାଏ । ତେବେ ସାଧାରଣ ଭାବେ ଗାଈ ଏକ ଗୃହପାହିତ ପଶୁ ହୋଇଥିବା ବେଳେ ସେ ନିରାମିଷାସୀ ବୋଲି କୁହାଯାଇଥାଏ । ମାତ୍ର ଏହା ମଧ୍ୟରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହା ଦେଖିଲେ ଆପଣମାନେ ନିଜ ଆଖିକୁ ବିଶ୍ୱାସ କରିବେନି । ଗୋ-ମାତା ସାଜିଛନ୍ତି ମାଂସାହାରୀ । ଘାସ, ପରିବା, ପେଜ, ତୋରଣି ଖାଉଥିବା ଗାଈ ଯେ ମାଂସ ଭକ୍ଷଣ କରିପାରେ ତାହା ବୋଧହୁଏ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।
ଖବର ମୁତାବକ, ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଗୋ-ମାତା ମାଂସାହାରୀ ସାଜିବା ନେଇ ଏକ ଭିଡିଓ ଖୁବ୍ ବେଶି ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଗୋଟିଏ ଗାଈ ଏକ ଜୀବନ୍ତ କୁକୁଡ଼ାକୁ ଗିଳିଦେଉଥିବା ଦେଖିବାକୁ ମିଳୁଛି । ବଣ ଜଙ୍ଗଲରେ ରହୁଥିବା ଅନେକ ମାଂସାହାରୀ ପଶୁ, ପକ୍ଷୀ ଓ ସରିସୃପମାନେ ଅନ୍ୟ ଜୀବକୁ ଜୀବନ୍ତ ଗୁଳି ଦେଉଥିବା ଦେଖିବାକୁ ମିଳିଥାଏ । ମାତ୍ର ଗାଈ ପରି ଏକ ଗୃହପାଳିତ ପଶୁ ଏକ କୁକୁଡ଼ାକୁ ଗୁଳିଦେବା ଦୃଶ୍ୟ ଦେଖି ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରି ନାହାନ୍ତି । ଏହି ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ପକ୍ଷରୁ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି । ଅନେକ ସମୟରେ ଗାଈମାନେ ଜୀବନ୍ତ ସାପକୁ ବି ଖାଇ ଯାଇଥାନ୍ତି ବୋଲି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି । ତେବେ ଏହା ନିଶ୍ଚିତ ଭାବେ ଏକ ବିରଳ ମାମଲା ।
View this post on Instagram