(Video) ରାଷ୍ଟ୍ରପତିଙ୍କ ସହ କୁନି ପିଲାଟି କିଏ? ଯାହାକୁ ଖୁବ ଭଲ ପାଆନ୍ତି ଦ୍ରୌପଦୀ ମୁର୍ମୁ… ହାତ ଧରି ନେଇଗଲେ ଶ୍ରୀମନ୍ଦିର
ପୁରୀ: ଆଜି ଭାରତୀୟ ନୌସେନା ଦିବସ । ଆଜି ଏହି ଅବସରରେ ଇଣ୍ଡିଆନ୍ ନେଭି ପୁରୀ ବେଳାଭୂମୀରେ ନିଜର ପରାକାଷ୍ଠା ପରିଦର୍ଶନ କରୁଛି । ବ୍ଲୁ ଫ୍ଲାଗ ବିଚ୍ ରେ ଡେମୋର ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହାପରେ ଦେଶର ନୌବୀର ମାନେ ନିଜ କଳା କୌଶଳ ଏବଂ ପରାକ୍ରମ ଦେଖାଉଛନ୍ତି । କିନ୍ତୁ ଏହାପୂର୍ବରୁ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ୨ ଜଣ ଝିଅଙ୍କୁ ଦେଖିବାକୁ ମିଳିଛି । ଏ ଦୁହେଁ ଶ୍ରୀମତୀ ମୁର୍ମୁଙ୍କ ଖୁବ ପାଖେ ପାଖେ ରହୁଥିବା ବେଳେ ରାଷ୍ଟ୍ରପତି ମଧ୍ୟ ତାଙ୍କୁ ବେଶ୍ ଭଲ ପାଉଥିବା ଦେଖି ହେଉଛି । ତେବେ କିଏ ଏହି ଦୁଇ ଜଣ?
ରାଷ୍ଟ୍ରପତିଙ୍କ ପାଖେ ପାଖେ ରହୁଥିବା ଏହି ୨ ଜଣ ହେଉଛନ୍ତି ମହାମହିମଙ୍କ ଗେହ୍ଲା ନାତୁଣୀ । ଆଈଙ୍କ ହାତ ଧରି ବଡ଼ଦାଣ୍ଡରେ ଦୁଇ ନାତୁଣୀ ବୁଲୁଛନ୍ତି । ଆଈଙ୍କ ହାତ ଧରି ବଡ଼ଦାଣ୍ଡରୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଛନ୍ତି । ୫ ଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ନୌସେନା ଦିବସରେ ସାମିଲ ହେବା ପରେ ଅନ୍ୟ ସବୁ ବଡ଼ ବଡ଼ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଚଲି ଚାଲି କାଳିଆକୁ ଦର୍ଶନ କରିଛନ୍ତି । ସିଂହଦ୍ୱାରରେ ମା ଲକ୍ଷ୍ମୀଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ । ଭତିରେ କାଳିଆକୁ ଦର୍ଶନ କରିଥିଲେ ମହାମହିମ ।
ବଡ଼ ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଗଲା ବେଳେ ରାଷ୍ଟ୍ରପତିଙ୍କ ହାତ ଧରି ତାଙ୍କର ଦୁଇ ନାତୁଣୀ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ । ହଳଦୀ ରଙ୍ଗର କୁନି ଝଅ ହେଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅତି ଗେହ୍ଲା ନାତୁଣୀ । ଶ୍ରୀମନ୍ଦିରରେ କାଳିଆକୁ ଦର୍ଶନ କରି ସାରିବା ପରେ ନୌସେନା ଦିବସ ଦେଖିବା ପାଇଁ ପୁରୀକୁ ଆସିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ତେବେ ଆଇ ନାତୁଣୀ ସମସ୍ତେ ଆଜି ପୁରୀରେ ପହଞ୍ଚିଛନ୍ତି । ଏହି ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି ।