Breaking: ଉତକ୍ଷେପଣ ହେଲା PROBA-3, ସୂର୍ଯ୍ୟ ଉତ୍ତାପ ନେଇ କରିବ ଅନୁଧ୍ୟାନ

ନୂଆଦିଲ୍ଲୀ: ଉତକ୍ଷେପଣ ହେଲା ପ୍ରୋବା-3 । ଅପରାହ୍ନ 4ଟା 4ମିନିଟ ସମୟରେ ଏହାକୁ ଉତକ୍ଷେପଣ କରିଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ PSLV-C5 ପ୍ରାବା 3କୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ୟୁରୋପୀୟ ସ୍ପେସ ଏଜେନ୍ସି(ESA)ର ପ୍ରୋବା-3କୁ ଉତକ୍ଷେପଣ କରିଛି ଭାରତୀୟ ଗବେଷଣା ଅନୁସନ୍ଧାନ ସଂସ୍ଥା ବା ଇସ୍ରୋ । PSLV-C5 ଜରିଆରେ ପ୍ରୋବା-3 ସ୍ପେସକ୍ରାଫ୍ଟକୁ ଉତକ୍ଷେପଣ କରାଯାଇଛି । 2ଟି ସାଟେଲାଇଟକୁ କକ୍ଷପଥରେ ପହଞ୍ଚାଇବ PSLV-C5 । ପ୍ରକାଶଥାଉକି, ଏହି ମିଶନ ସୂର୍ଯ୍ୟର ରହସ୍ୟ ଭେଦ କରିବା ପାଇଁ ପ୍ରସ୍ତୁତ କରାଯାଇଛି । PSLV-C59 ମହାକାଶଯାନ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ର ଏକ ଉତ୍ସର୍ଗୀକୃତ ବାଣିଜ୍ୟିକ ମିଶନ ଭାବରେ ପ୍ରୋବା -3 ମହାକାଶଯାନକୁ ଏକ ଉଚ୍ଚ ଆଲେପଟିକାଲ୍ କକ୍ଷପଥରେ ନେଇଯାଉଛି ।

ବେଙ୍ଗାଲୁରୁ ସ୍ଥିତ ସ୍ପେସ୍ ଏଜେନ୍ସି ବୁଧବାର ସନ୍ଧ୍ୟା 4ଟା 8 ମିନିଟ ସମୟରେ ୟୁରୋପୀୟ ସ୍ପେସ୍ ଏଜେନ୍ସିର (ESA) ‘ପ୍ରୋବା -3’ ଲଞ୍ଚ କରିବାକୁ ଯୋଜନା କରିଥିଲା । କିନ୍ତୁ ଉତକ୍ଷେପଣର କିଛି ସମୟ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ଡିସେମ୍ବର 5 ତାରିଖକୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ପଗ୍ରହ ପ୍ରବୃତ୍ତି ପ୍ରଣାଳୀରେ ଏକ ଅନୋମାଲିୟା ମିଳିବା ପରେ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

ଏହା ISRO ର ଏକ ବ୍ୟବସାୟିକ ଉନ୍ମୋଚନ । ଏହା ମହାକାଶକୁ ଯିବ ଏବଂ ଏକ କୃତ୍ରିମ ସୌର ସିଷ୍ଟମ ତିଆରି କରିବ । ଏହାର ଦୁଇଟି ଉପଗ୍ରହ ଅଛି, ଯାହାର କାମ ହେଉଛି ପାଗ ଏବଂ ସୂର୍ଯ୍ୟ ବିଷୟରେ ଗଭୀର ଅଧ୍ୟୟନ କରିବ । ଉଭୟ କୃତ୍ରିମ ସୌର ପ୍ରଣାଳୀ ତିଆରି କରି ସୂର୍ଯ୍ୟର ରହସ୍ୟ ଏବଂ ପାଗ ସମ୍ପର୍କରେ ସୂଚନା ଦେବ । ଏହା ସ୍ପେସର ତାପମାତ୍ରା, ଘନତା ଏବଂ ଅଲଟ୍ରାଭାଇଲୋଟ୍ ରଶ୍ମୀ ନେଇ ମଧ୍ୟ ସୂଚନା ଦେବ ।  ISRO ପକ୍ଷରୁ ଏକ୍ସରେ ପୋଷ୍ଟରେ କହିଛି ଯେ, PSLV-C59 ସଫଳତାର ସହ ଉତକ୍ଷେପଣ ହୋଇଛି ।  ଆନ୍ତର୍ଜାତୀୟ ସହଯୋଗର ସମନ୍ୱୟ ଏବଂ ଭାରତର ମହାକାଶ ସଫଳତାକୁ ପାଳନ କରୁଥିବା ଏକ ଗର୍ବର ମୁହୂର୍ତ୍ତ!