ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ବିରୋଧୀ ବିକ୍ଷୋଭ ଜାରି: ଲଣ୍ଡାହେଲେ ପୂର୍ବତନ ସୈନିକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଜାରି ରହିଛି ବିକ୍ଷୋଭ । ଶେଷରେ ବିକ୍ଷୋଭ ପାଇଁ ଲଣ୍ଡାହେଲେ ପୂର୍ବତନ ସୈନିକ । ରାଷ୍ଟ୍ରପତି ୟୁନ୍ ସୁକ-ୟେଓଲଙ୍କ ବିରୋଧରେ ବିକ୍ଷୋଭ ଜାରି ରହିଛି । ଏହାର ପ୍ରତିବାଦ ଜଣାଇବା ପାଇଁ କୋରିଆର ଜଣେ ପୂର୍ବତନ ସୈନିକ ଲଣ୍ଡା ହୋଇଛନ୍ତି । ଗୁରୁବାର ସକାଳେ ୟୁନ୍ ଙ୍କୁ କ୍ଷମତାରୁ ହଟାଇବା ଦାବିରେ ବରିଷ୍ଠ ନେତାମାନେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ପ୍ରତିବାଦରେ କୋରିଆର ଜଣେ ପୂର୍ବତନ ସୈନିକ ଓ ତାଙ୍କ ପତ୍ନୀ ନିଜ ସାଥୀ ବିକ୍ଷୋଭକାରୀଙ୍କ ସମ୍ମୁଖରେ ଲଣ୍ଡା ହୋଇ ଥିଲେ । ଦକ୍ଷିଣ କୋରିଆରେ ପ୍ରତିବାଦ ଜଣାଇବା ପାଇଁ ଲଣ୍ଡା ହେବାର ପରମ୍ପରା ବହୁ ପୁରୁଣା । ୧୯୬୦ ଓ ୭୦ ଦଶକରେ ଯେତେବେଳେ ଦକ୍ଷିଣ କୋରିଆ ଏକ ସାମରିକ ଏକଛତ୍ରବାଦ ଥିଲା, ସେତେବେଳେ ଲୋକମାନେ ପ୍ରାୟତଃ ପ୍ରଶାସନ ବିରୋଧରେ ପ୍ରତିବାଦ କରିବା ପାଇଁ ଏପରି ଲଣ୍ଡା ହେଉଥିଲେ ।

ଗତ କିଛି ଦଶନ୍ଧି ଧରି ସାମାଜିକ କର୍ମୀ ଓ ରାଜନେତାମାନେ ଏହାକୁ ଏକ ଭିନ୍ନ ପ୍ରତିବାଦ ଭାବେ ଗ୍ରହଣ କରିଛନ୍ତି । କୌଣସି ଘଟଣା ଘଟିଲେ ଏଣିକି ଏପରି ସର୍ବ ସମ୍ମୁଖରେ ଲଣା ହୋଇ ପ୍ରତିବାଦ ଜଣାଉଛନ୍ତି । ଯାହା ସେମାନଙ୍କ ପାଇଁ ଏସବୁ ସାଧାରଣ କଥା । ଯଦିଓ ଦକ୍ଷିଣ କରିଆର ପରମ୍ପରା ଆମ ଦେଶ ଭଳି ନୁହେଁ, ତଥାପି ଏସବୁ ସେମାନାଙ୍କ ପାଇଁ କିଛି ଅଜବ ନୁହେଁ ।