ସିପାହୀ କନଷ୍ଟେବଳ ନିଯୁକ୍ତି ମାମଲା, କୋହଳ ହେଲା 6 ବର୍ଷ ବୟସ ସୀମା

ଭୁବନେଶ୍ବର: ସିପାହୀ, କନଷ୍ଟେବଲ ଆଶାୟୀଙ୍କ ପାଇଁ ହାଇକୋର୍ଟରୁ ଆସିଛି ଆଶ୍ବସ୍ତିକର ଖବର । ଏହି ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା 6 ବର୍ଷ କୋହଳ କରିଛନ୍ତି ହାଇକୋର୍ଟ । ଏହି ପଦବୀରେ ଚାକିରି କରିବା ପାଇଁ ସର୍ବାଧିକ ବୟସ ସୀମା 23 ବର୍ଷ ଧାର୍ଯ୍ୟ କରିଥିଲେ ରାଜ୍ୟସରକାର । ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ  6 ବର୍ଷ ବୟସସୀମା କୋହଳ କରାଯାଇଛି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ହାଇକୋର୍ଟ କହିଛନ୍ତି । ପ୍ରତେୟକ ବର୍ଗରେ 6 ବର୍ଷ କୋହଳ କରିବା ପାଇଁ କୁହାଯାଇଛି ।

ଯଦି ଦେଖିବା 2018 ମସିହାରେ ଶେଷ ଥର ପାଇଁ ଏହି ନିଯୁକ୍ତି ବାହାରିଥିଲା । କିନ୍ତୁ ଏହାପରେ ଆଉ ବିଜ୍ଞାପନ ବାହିରିନଥିବା ବେଳେ ଚଳିତ ବର୍ଷ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ସର୍ବୋଚ୍ଚ ବୟସସୀମା 23 ବର୍ଷ ରହିଥିବାକୁ ଅନେକ ଆଶାୟୀ ବାଦ ପଡିଥିଲେ । ଏହି କାରଣରୁ ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବା ବେଳେ ଗୁରୁବାର ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ ପାଇଁ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ରାଜ୍ୟ ସିଲେକ୍ସନ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଚାକିରି ଆଶାୟୀଙ୍କ ପାଇଁ ଏକ ପ୍ରକାର ଆଶ୍ବସ୍ତି ପ୍ରଦାନ କରିଛି ।