ନୂଆଦିଲ୍ଲୀ: ଟିକ୍ ଟକ୍ର ଆବେଦନ ଖାରଜ ହେବା ପରେ ଏବେ ଆମେରିକାରେ ସର୍ଟ ଭିଡିଓ ଆପ୍ ଟିକ୍ ଟକ୍କୁ ଆଗାମୀ ଦିନରେ ବ୍ୟାନ୍ କରାଯାଇପାରେ । କମ୍ପାନୀ ଆଶା କରିଛି ଯେ ଟିକ୍ ଟକ୍ କୁ ନିଷିଦ୍ଧ କରିବା ଲକ୍ଷ ଲକ୍ଷ ଆମେରିକୀୟ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ ଉଲ୍ଲଂଘନ କରିବ ବୋଲି ଫେଡେରାଲ କୋର୍ଟରେ ଏହାର ଯୁକ୍ତି ଶୁଣାଯିବ । ଅଦାଲତ ଏହି ଆଇନକୁ ଅସାମ୍ବିଧାନିକ ଘୋଷଣା କରିବେ ବୋଲି ସେ ଆଶା ରଖିଥିଲେ ମଧ୍ୟ ତାହା ହୋଇନଥିଲା ।
ଅଦାଲତ ଟିକ୍ ଟକ୍ ର ଆବେଦନକୁ ଖାରଜ କରିବା ସହ ୨୦୨୫ ପ୍ରାରମ୍ଭରେ ଟିକ୍ ଟକ୍ କୁ ନିଷିଦ୍ଧ କିମ୍ବା ବିକ୍ରି କରିବା ବିଷୟରେ କହିଥିବା ଆଇନକୁ ବଜାୟ ରଖିଛନ୍ତି । ଟିକ୍ଟକ୍ କହିଛି ଯେ ଏହି ଆଇନଗତ ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରାଯିବ । ଆମେରିକା ଚାହୁଁଛି ଟିକ୍ଟକ୍ କୁ ନିଷିଦ୍ଧ କିମ୍ବା ବିକ୍ରି କରାଯାଉ କାରଣ ଏହାର ମାଲିକ ଚୀନ ସରକାରଙ୍କ ସହ ଜଡ଼ିତ । ଆମେରିକାର ଏହି ଅଭିଯୋଗକୁ ଟିକ୍ ଟକ୍ ଏବଂ ଏହାର ମୂଳ କମ୍ପାନି ବାଇଟଡ୍ୟାନ୍ସ ଖଣ୍ଡନ କରୁଛନ୍ତି । ଭାରତରେ ଟିକ୍ଟକ୍କୁ ବ୍ୟାନ୍ କରାଯାଇଛି ।