ଛାତ୍ରୀଙ୍କ ପାଇଁ ଖୁସି ଖବର,  ମିଳବ Menstrual Leave….

ଗ୍ୟାଙ୍ଗଟକ୍:   ସିକିମ୍ ୟୁନିଭର୍ସିଟି ପକ୍ଷରୁ  ଛାତ୍ରୀଙ୍କ ପାଇଁ ସ୍ୱଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସିକିମ୍ ୟୁନିଭର୍ସିଟି ରେଜିଷ୍ଟ୍ରାର ଲକ୍ଷ୍ମଣ ଶର୍ମାଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।  ୟୁନିଭର୍ସିରେ  ପଢ଼ୁଥିବା ଛାତ୍ରୀଙ୍କୁ ଏଣିକି ପ୍ରତି ମାସରେ ଗୋଟିଏ ଦିନ ଛୁଟି ମଳିବ ।  ତା’ପୁଣି ଋତୁଶ୍ରାବ ଜନିତ ଛୁଟି । ଛାତ୍ରୀ ୟୁନିଭର୍ସିଟିରେ ପଢ଼ୁୂଥିବା ମହିଳାମାନେ ଏ ଛୁଟି ନେଇପାରିବେ  । କେବଳ ପରୀକ୍ଷା ସମୟରେ  କୌଣସି ଛାତ୍ରୀଙ୍କୁ  ଋତୁଶ୍ରାବ ଜନିତ  ଛୁଟି ମିଳିବ ନାହିଁ ବୋଲି  ୟୁନିଭର୍ସିଟି  କୂଳପତି କହିଛନ୍ତି । ଅନ୍ୟପକ୍ଷେ ଯେଉଁ ଛାତ୍ରୀମାନଙ୍କ ଶ୍ରେଣୀଗୃହ ଉପସ୍ଥାନ  ୭୫% ରହିବା ଆବଶ୍ୟକ ।

ନିକଟରେ ଓଡ଼ିଶା ସରକାର ମହିଳା କର୍ମଚାରୀମାନଙ୍କ ପାଇଁ ଋତୁଶ୍ରାବଜନିତ ଛୁଟି ଘୋଷଣା କରିଛନ୍ତି । ୫୫ ବର୍ଷ ବୟସରୁ କମ୍ ବୟସ୍କଙ୍କ ପାଇଁ ଏ ନିୟମ ଲାଗୁ  କରାଯାଇଛି ।  ମେନଷ୍ଟ୍ରୁଆଲ ଲିଭରେ ମହିଳାମାନେ ବର୍ଷକୁ ୧୨ ଦିନ ଛୁଟି ନେଇପାରିବେ ।