ଭୁବନେଶ୍ବର: SHG ଗ୍ରୁପକୁ ନୋଟିସ । 125 ଗ୍ରୁପକୁ ନୋଟିସ କରାଯାଇଥିବା ସୂଚନା ରହିଛି । ତେବେ ନିମ୍ନମାନର ଛତୁଆ ଯୋଗାଣ ପାଇଁ ଏହି ନୋଟିସ କରାଯାଇଥିବା ଜଣାପଡିଛି । ନିମ୍ନ ମାନର ଛତୁଆ ପାଇଁ 125ଟି ଏସଏଚଜି ଗ୍ରୁପ ବିରୋଧରେ ଅଭିଯୋଗ ହୋଇଛି । ଏନେଇ ଉକ୍ତ 125ଟି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ମନ୍ତ୍ରୀ ଗୃହରେ କହିଛନ୍ତି , ଏସଏଚଜି ଗ୍ରୁପ ବିରୋଧରେ ଅଭିଯୋଗ ହୋଇଥିଲା । ନିମ୍ନମାନର ଛତୁଆ ଦେଉଥିବା ନେଇ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏସଏଫଟି ଲାବ୍ରୋଟୋରୀରେ ନମୁନା ଯାଞ୍ଚ କରାଯାଇଥିଲା । ଏହାପରେ 125ଟି ଏସଏଚଜି ଗ୍ରୁପ ବିରୋଧରେ ନୋଟିସ ଜାରି କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।