ଯିଏ ଖୋଜିଦେବ, ୧୦,୦୦୦ ଟଙ୍କା ପାଇବ: ‘ମିଟୁ’ ଖୋଜିବା ପାଇଁ ଇନାମ ଲଗାଇଲେ ମାଲିକ

ଓଡ଼ିଶା ଭାସ୍କର: ଅନେକ ଲୋକ ନିଜ ପାଳିତ ପଶୁପକ୍ଷୀ ମାନଙ୍କୁ ବେଶ୍ ଭଲ ପାଆନ୍ତି । ପରିବାରର ସଦସ୍ୟ ଭଳି ସେମାନଙ୍କ ଯତ୍ନ ନିଅନ୍ତି ଏବଂ ସେମାନଙ୍କ ଦାୟିତ୍ୱ ନେଇଥାନ୍ତି । ପାଳିତ ପଶୁପକ୍ଷୀଙ୍କ ପ୍ରତିଟି ଚାଲିଚଳଣ ଏବଂ ପ୍ରତିଟି କଥାର ସେମାନେ ଧ୍ୟାନ ରଖିଥାନ୍ତି । କିନ୍ତୁ ଯଦି ସେମାନଙ୍କ ଏହି ପ୍ରିୟର ପାଳିତ ପଶୁପକ୍ଷୀ ହଜି ଯାଆନ୍ତି… ସେମାନେ ବ୍ୟସ୍ତ ହୋଇପଡ଼ନ୍ତି । ସେମାନଙ୍କୁ ଖୋଜିବା ପାଇଁ ସବୁ ସାମର୍ଥ୍ୟ ଲଗାଇ ଦିଅନ୍ତି ଏବଂ ସେମାନଙ୍କୁ ଫେରି ପାଇବାକୁ ଭରପୂର ଚେଷ୍ଟା କରିଥାନ୍ତି । ସେହିପରି ଏକ ଘଟଣା ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।

ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଏଭଳି ଏକ ଅଜବ ମାମଲା ସାମନାକୁ ଆସିଛି । ଜଣେ ପକ୍ଷୀ ପ୍ରେମୀ ମହିଳା ନିଜ ହଜିଲା ଶୁଆକୁ ଖୋଜିବା ପାଇଁ ବଡ଼ ଆମାଉଣ୍ଟର ଇନାମ ରଖିଛନ୍ତି । ଆକାଂକ୍ଷାଙ୍କ ଅତି ପ୍ରିୟର ‘ମିଟୁ’ କିଛି ଦିନ ହେଲା କେଉଁ ଆଡ଼େ ଉଡ଼ିଯାଇଛି । ଏହାପରେ ତାକୁ ଫେରି ପାଇବା ପାଇଁ ଆକାଂକ୍ଷା ୪ ଦିନରୁ ମିଟୁ ସନ୍ଧାନରେ ରହିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଟୁର କୌଣସି ପତ୍ତା ମିଳିନାହିଁ । ମିଟୁ ହଜିବା ଖବର ସାରା ଅଞ୍ଚଳରେ ବ୍ୟାପି ଯାଇଥିଲେ ମଧ୍ୟ ମିଟୁ ଏପର୍ଯ୍ୟନ୍ତ ଆକାଂକ୍ଷାଙ୍କ ପାଖକୁ ପେରି ପାରିନାହିଁ । ତେଣୁ ଆକାଂକ୍ଷା ଏବେ ଏକ ନୂଆ ଉପାୟ ଖୋଜିଛନ୍ତି । ନିଖୋଜ ଶୁଆର ପୋଷ୍ଟର ଏବେ ରାସ୍ତାକଡ଼ରେ ଲଗାଇଛନ୍ତି ଆକାଂକ୍ଷା । ଏହାସହିତ ଶୁଆକୁ ଖୋଜି ଆଣିଦେବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦେବାକୁ ସେ ଘୋଷଣା କରିଛନ୍ତି ।

Viral: Madhya Pradesh Family Offers Rs 10,000 Reward For 'Missing' Pet  Parrot | Watch

ପୋଷ୍ଟରରେ ଶୁଆକୁ ଚିହ୍ନିବାର ଏକ ପ୍ରତୀକ ଦେଇଛନ୍ତି ଆକାଂକ୍ଷା । ଶୁଆର ଗୋଡ଼ରେ ଏକ ନଖ ନଥିବା ସେ ଏହି ପୋଷ୍ଟରରେ ଲେଖିଛନ୍ତି । ମିଟୁର ନିଖୋଜ ସମ୍ପର୍କରେ ପୋଷ୍ଟର ସମଗ୍ର ଅଞ୍ଚଳରେ ଲଗାଯାଇଛି ଏବଂ ଏହାକୁ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ୧୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହି ପଦକ୍ଷେପ ସେହି ଲୋକଙ୍କୁ ଉତ୍ସାହିତ କରୁଛି ଯେଉଁମାନେ ପୂର୍ବରୁ ଏହି ମାମଲା ବିଷୟରେ ଅବଗତ ନଥିଲେ, ଏବଂ ବର୍ତ୍ତମାନ ସେମାନେ ମଧ୍ୟ ମିଟୁକୁ ଖୋଜିବା ଆରମ୍ଭ କରିଛନ୍ତି । ଏହା ସହିତ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣା ଉପରେ ଆଲୋଚନା ହେଉଛି, ଯେଉଁଥିପାଇଁ ମିଟୁଙ୍କ ସନ୍ଧାନ ଅଧିକ ତୀବ୍ର ହେଉଛି ।

Meerut Woman Offers Rs 10,000 Reward For Missing Pet Parrot