ନୂଆଦିଲ୍ଲୀ: କୁହାଯାଏ ଋତୁସ୍ରାବରୁ ସ୍ବାସ୍ଥ୍ୟ ସମସ୍ୟା ଜଣାପଡିଥାଏ । 90 ପ୍ରତିଶତ ମହିଳାଙ୍କର ଋତୁସ୍ରାବ ହେଉଥିବା ବେଳେ ପ୍ରତ୍ୟେକଙ୍କ ଠାରେ ଭିନ୍ନଭିନ୍ନ ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ମାନସିକ ଚିନ୍ତା, ହରମୋନରେ ପରିବର୍ତ୍ତନ ଏବଂ ଅଧିକ ରକ୍ତସ୍ରାବ ମଧ୍ୟ ହୋଇଥାଏ । ବିଶେଷକରି ଏହି ସମୟରେ ମହିଳାମାନଙ୍କର ମୁ଼ଡ୍ ସୁଇଂ ହୋଇଥାଏ । ପିରିୟଡ୍ସ ସମୟରେ ପେଟ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଔଷଧ ଖାଇବା ଦ୍ବାରା ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏକ ସନ୍ତୁଳିତ ଡାଏଟ୍ ଫଲୋ କରିବା ଦ୍ବାରା ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ ।
ଡାର୍କ ଚକୋଲେଟ: ଋତୁସ୍ରାବ ସମୟରେ ପେଟରେ ପ୍ରୋଜେଷ୍ଟରନ ହରମୋନର ମାତ୍ରା କମ ହେଉଥିବା ବେଳେ ଏଷ୍ଟ୍ରୋଜେନର ମାତ୍ରା ବୃଦ୍ଧି ପାଇଥାଏ । ଫଳରେ ମହିଳାଙ୍କୁ କ୍ଲାନ୍ତି ଲାଗିଥାଏ । ଶର୍କରା ସ୍ତର ହ୍ରାସ ପାଇଥାଏ ଏବଂ ମିଠା ଖାଇବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ । ତେବେ ଏଭଳି ସ୍ଥିତିରେ ମିଠା ଖାଇବା ପରିବର୍ତ୍ତେ ଡାର୍କ ଚକୋଲେଟ ଖାଇବା ସ୍ବାସ୍ଥ୍ୟପକ୍ଷେ ଉପକାରୀ ବୋଲି କୁହାଯାଇଛି ।
କଦଳୀ: ଏହି ସମୟରେ କ୍ଲାନ୍ତି ଲାଗିବା ବେଳେ କଦଳୀ ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । କଦଳୀରେ ରହିଥିବା ପୋଟାସିୟମ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାସହ କଦଳୀରେ ରହିଥିବା ଟ୍ରାଇପଟ୍ରୋଫାନ ଦ୍ବାରା ସେରୋଟୋନିନ କ୍ଷରିତ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ ରଖିଥାଏ ।
ଦହି: ପିରିୟଡ୍ସ ସମୟରେ ମୁଡ ସିଇଂ ପାଇଁ ଦହି ସବୁଠାରୁ ଉପଯୋଗୀ ବୋଲି କୁହାଯାଇଛି । ଦହିରେ ରହିଥିବା କ୍ୟାଲସିୟମ ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ମୁଡସ୍ବିଙ୍ଗ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।