ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ(LIC) ପ୍ରତ୍ୟେକ ବର୍ଗଙ୍କ ପାଇଁ ନୂଆ ନୂଆ ଯୋଜନା ଆଣିଛି । ପେନସନ ଭଳି ଯୋଜନା ମଧ୍ୟ ଏଲଆଇସିର ରହିଛି । ଯଦି ଆପଣ କୌଣସି ପେନସନ ଯୋଜନା ଲାଗୁ କରିବା ପାଇଁ ଚାହୁଁଛନ୍ତି ତେବେ ଏଲଆଇସିର ପ୍ଲାନ ସବୁଠାରୁ ଭଲ ବୋଲି କୁହାଯାଇଛି । ଏଥିରେ କୌଣସି ରିସ୍କ ନଥିବା ବେଳେ ପ୍ରତ୍ୟେକ ମାସରେ ଟଙ୍କା ମଧ୍ୟ ମିଳିବ ।
ଏହି ସ୍କିମର ନାମ ଏଲଆଇସି ସରଳ ପେନସନ ପ୍ଲାନ ଅଟେ । ଏଥିରେ ଅବସର ପରେ ପ୍ରତ୍ୟେକ ମାସରେ ପେନସନ ସୁବିଧା ମିଳିବ । ଏଥିରେ କେବଳ ଗୋଟିଏ ଥର ପାଇଁ ନିବେଶ କରିଲେ ଜୀବନସାରା ପେନସନ ପାଇପାରିବେ । LIC Sarala Pension Plan ରିଟାୟାର ପ୍ଲାନ ଭାବେ ଅଧିକ ପରିଚିତି । ଅବସର ପରେ ପ୍ରତ୍ୟେକ ମାସରେ 12 ହଜାର ଟଙ୍କା ମିଳିବ । ଅବସର ପରେ ପିଏଫ ଫଣ୍ଡ ଏବଂ ଗ୍ରାଚ୍ୟୁଟି ଟଙ୍କାକୁ ଏଥିରେ ନିବେଶ କରିବା ଦ୍ବାରା ପ୍ରତ୍ୟେକ ମାସରେ ପେନସନର ଲାଭ ଉଠାଇପାରିବେ ।
ଏଥିରେ 40 ବର୍ଷରୁ କମ୍ ବୟସର ବ୍ୟକ୍ତି ଏଥିରେ ନିବେଶ କରିପାରିବେ ନାହିଁ । 80 ବର୍ଷ ପର୍ଯ୍ୟନ୍ତ କେତେବେଳେ ମଧ୍ୟ ଟଙ୍କା ଦେଇପାରିବେ । 12 ହଜାର ଟଙ୍କାର ମାସିକ ପେନସନ ପାଇବାକୁ ହେଲେ 12 ହଜାର ଟଙ୍କାର ଏନୟୁଟି କିଣିବାକୁ ହେବ । ଏଥିରେ ଜଣେ ବ୍ୟକ୍ତି ଯେତିକି ଚାହିଁବେ ସେତିକି ନିବେଶ କରିପାରିବେ । ଏହା ଦ୍ବାରା ଜଣେ ନାଗରିତ ମାସିକ, ତ୍ରୟୋମାସିକ କିମ୍ବା 6 ମାସରେ ପେନସନ ଉଠାଇପାରିବେ । ଯଦି ଜଣେ 42 ବର୍ଷୀୟ ବ୍ୟକ୍ତି 30 ଲକ୍ଷ ଟଙ୍କାର ଏନ୍ୟୁଟି କିଣିବେ ତାହେଲେ ସେମାନଙ୍କୁ ମାସିକ 12 ହଜାର 388 ଟଙ୍କା ପେନସନ ମିଳିବ । ଏହି ପ୍ଲାନକୁ କିଣିବା ପାଇଁ ଏଲଆଇସି ଇଣ୍ଡିଆର ଓ୍ବେବସାଇଟକୁ ଯିବାକୁ ହେବ । ଯଦି ଏହି ପଲିସି 6 ମାସ ହୋଇଥିବ ତାହେଲେ ଆବଶ୍ୟକ ପଡିଲେ ସରେଣ୍ଡର ମଧ୍ୟ କରିପାରିବେ । ଏହି ପ୍ଲାନ ଅଧିନରେ ଲୋନ୍ ମଧ୍ୟ ନେଇପାରିବେ ।