ଆସନ୍ତା 16ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ! ଦିନକୁ 5 ଘଣ୍ଟା ଧରି ଚାଲିବ କାମ

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ବଡ ସୂଚନା । ଆସନ୍ତା 16 ତାରିଖରୁ ଆରମ୍ଭ ହୋଇପାରେ ମରାମତି କାର୍ଯ୍ୟ । ଏନେଇ ଦୁଇ ଦିନ ମଧ୍ୟରେ ବୈଠକ ବସିପାରେ । ମରାମତି କାର୍ଯ୍ୟ ପାଇଁ ପ୍ରତ୍ୟେକ ଦିନ 5 ଘଣ୍ଟା ଆବଶ୍ୟକ ବୋଲି କୁହାଯାଇଛି। ତେବେ ଆସନ୍ତା 16 ତାରିଖରୁ ମରାମତି କାର୍ଯ୍ୟ ଆରମ୍ଭ ହେଲେ ମଧ୍ୟ 31 ତାରିଖ ଶୁଦ୍ଧା ଶେଷଶ ହେବା ନେଇ ଆଶା ରଖାଯାଇଛି । ପ୍ରକାଶଥାଉକି, ଜୁଲାଇ ମାସରେ ଯାଞ୍ଚ ପାଇଁ ଖୋଲା ଯାଇଥିଲା ରତ୍ନ ଭଣ୍ଡାର । ଏହାପରେ ମରାମତି କାର୍ଯ୍ୟପାଇଁ ଶ୍ରୀମନ୍ଦିର ଷ୍ଟ୍ରଙ୍ଗରୁମକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଥିଲା ।

କହିରଖୁଛୁ କି, ଆସନ୍ତା 16 ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହୋଇ ଆସନ୍ତା 1 ମାସ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଏବଂ ବର୍ତ୍ତମାନ ଡିସେମ୍ବର ଶେଷ ହେବାକୁ ବସିଥିବା ବେଳେ ନୂଆବର୍ଷରେ ଭକ୍ତଙ୍କ ଗହଳି ହେବା ନେଇ ଆଶା କରାଯାଉଛି । ଏଭଳି ସ୍ଥିତିରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏକପ୍ରକାର ଚାଲେଞ୍ଜ ଅଟେ । ଡିସେମ୍ବର 31 ତାରିଖ ସୁଦ୍ଧା ଏହି ମରାମତି କାର୍ଯ୍ୟ ଶେଷ ହେବ । ଏହାସହିତ ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ଶେଷ ହୋଇଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲା ।