ନୂଆଦିଲ୍ଲୀ: ସିରିଆରେ ଦେଖାଦେଇଥିବା ଭୟଙ୍କର ସ୍ଥିତି ଏବେ ସାରା ବିଶ୍ୱବାସୀଙ୍କ ପାଇଁ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିବା ପରେ ଏବେ ଦେଶରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବା ସହ ରାଷ୍ଟ୍ରପତିଙ୍କ ଅନେକ ବ୍ୟକ୍ତିଗତ ଜିନିଷକୁ ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିବା ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଲୁଟପାଟ୍ ସମୟର କିଛି ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହା ମଧ୍ୟରେ ସିରିଆ ରାଷ୍ଟ୍ରପତିଙ୍କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ସିରିଆ ରାଷ୍ଟ୍ରପତି ପଦରୁ ବଶର ଅଲ-ଅସଦ ଇସ୍ତଫା ଦେଇଥିବା ନେଇ ଋଷିଆ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ‘ସେ ଦେଶ ଛାଡ଼ିଛନ୍ତି’ ବୋଲି ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦ କହିଛନ୍ତି । ଏହି ବିବାଦରେ ସଂଶ୍ଲିଷ୍ଟ ଥିବା ପକ୍ଷଙ୍କ ସହ ଆଲୋଚନା କରିବା ପରେ ବଶର ଅଲ-ଅସଦ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ମସ୍କୋ ପକ୍ଷରୁ କୁହାଯାଇଛି । ଏଥିସହିତ ବଶର ଅଲ-ଅସଦ ବିଦ୍ରୋହୀମାନଙ୍କୁ ସେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଥିଲେ ବୋଲି ମଧ୍ୟ ଋଷିଆ ପକ୍ଷରୁ କୁହାଯାଇଛି ।
ଏନେଇ ଅସଦ ବି’ ଓ ସିରିଆନ ଆସୋସିଏସନ ଫର୍ ରିୟୁମେଟୋଲୋଜି (ସାର) ବିବାଦରେ ଅଂଶଗ୍ରହଣ କରିଥିବା ବିଦ୍ରୋହୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଅସଦ ରାଷ୍ଟ୍ରପତି ପଦ ଛାଡ଼ିବା ଓ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ ଅସଦ କହିଥିବା ନେଇ ଋଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଜାରି ଏକ ବୟାନରେ କୁହାଯାଇଛି । ମସ୍କୋ ପକ୍ଷରୁ କୁହାଯାଇଛି ଯେ, ସେ ଏହି ଆଲୋଚନାରେ ଅଂଶଗ୍ରହଣ କରିନଥିଲା । ହିଂସାର ପଥକୁ ପରିହାର କରି ସମସ୍ତ ସରକାରୀ ପ୍ରସଙ୍ଗକୁ ରାଜନୈତିକ ପ୍ରକ୍ରିୟା ମାଧ୍ୟମରେ ସମାଧାନ କରିବାକୁ ମସ୍କୋ ପକ୍ଷରୁ ଅପିଲ କରାଯାଇଥିଲା ବୋଲି କୁହାଯାଇଛି ।