ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ବିଭିନ୍ନ କଥାର କାରଣ ଏବଂ ପରିଣାମ ବିଷୟରେ କୁହାଯାଇଛି । ଏଥିରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ମାଗଣାରେ ନେବା ଅନୁଚିତ । ଏହିସବୁ ଜିନିଷକୁ ମୂଲ୍ୟ ନ ଦେଇ ନେଲେ ଅର୍ତାଭାବ, ଆଶାନ୍ତି ଭଳି ସମସ୍ୟା ଦେଖା ଦେଇଥାଏ । ମାଗଣାରେ ନେଉଥିବା ଜିନିଷ ନିଜ ସ୍ୱାସ୍ଥ୍ୟ ତଥା ପାରିବାରିକ ଜୀବନ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ । ଅଧିକାଂଶ ଲୋକେ ମାଗଣା ଜିନିଷ ନେବା ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି । କିନ୍ତୁ ଏହା ଖୁବ କ୍ଷତି କରାଇଥାଏ ।
ଲୁଣ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଲୁଣ ଶନି ଗ୍ରହ ସହ ସମ୍ପର୍କିତ ହୋଇଥାଏ । ବାସ୍ତୁ ଶାସ୍ତ୍ରବିତ୍ ମାନେ କହିଛନ୍ତି ଯେ, ଲୁଣ କେବେ ହେଁ ମାଗଣାରେ ନେବା ଉଚିତ ନୁହେଁ । ମାଗଣାରେ ଲୁଣ ନେବାର ଅର୍ଥ ସର୍ବଦା ଧାର, ଋଣ ଏବଂ କରଜ ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ । ତେବେ ଯଦି କେବେ ମାଗଣାରେ ଲୁଣ ନେବାକୁ ପଡ଼େ, ଏହା ବଦଳରେ କିଛି ନା କିଛି ଦେଇଦେବା ଉଚିତ୍ ।
ସୋରିଷ ତେଲ: ସୋରିଷ ତେଲ ମଧ୍ୟ ଶନି ମହାରାଜଙ୍କ ସହ ଯୋଡ଼ି ହୋଇ ରହିଥାଏ । ଏହାବ୍ୟତୀତ ସୁଖ-ସମୃଦ୍ଧି ସହ ମଧ୍ୟ ଏହା ଯୋଡ଼ି ହୋଇ ରହିଛି । ତେଣୁ ମାଗଣାରେ ସୋରିଷ ତେଲ ନେବା ଆର୍ତିକ କ୍ଷତିର କାରଣ ପାଲଟିପାରେ । ମାଗଣାରେ ସୋରିଷ ତେଲ ନେବା ଦ୍ୱାରା ଏହା ନକରାତ୍ମକ ଶକ୍ତି ବୃଦ୍ଧି କରାଇଥାଏ ଏବଂ ଅଶାନ୍ତି ବୃଦ୍ଧି ପାଏ ।
ଛୁଞ୍ଚି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କପଡ଼ା ସିଲେଇ କରୁଥିବା ଛୁଞ୍ଚି ମାଗଣାରେ ନେବା ଉଚିତ୍ ନୁହେଁ । ସେହିପରି ମାଗଣାରେ ଏହାକୁ ନେଇ ବ୍ୟବହାର କରିବା ମଧ୍ୟ ଅନୁଚିତ୍ । ଏହା ନକରାତ୍ମକ ଶକ୍ତିକୁ ବୃଦ୍ଧି କରାଇଥାଏ । ମାଗଣାରେ ଛୁଞ୍ଚି ନେବା ଦ୍ୱାରା ଘର ପରିବାରର ସୁଖ ଶାନ୍ତିରେ ମଧ୍ୟ ବାଧା ସୃଷ୍ଟି ହୁଏ ବୋଲି କୁହାଯାଇଛି ।
ଲୁହା ବସ୍ତୁ ଇତ୍ୟାଦି: ମାଗଣାରେ ଲୁହା ତିଆରି ବସ୍ତୁ ନେବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ମନା କରାଯାଇଛି । ମାଗଣାରେ କୌଣସି ଲୁହା ବସ୍ତୁ ନେବା ଖରାପ ପ୍ରଭାବ ପକାଏ ବୋଲି କୁହାଯାଏ । ଏହାଦ୍ୱାରା ଶନି ଦେବଙ୍କ ଋଣ ନେବା ସହ ସମାନ ହୋଇଥାଏ । ଶନିଙ୍କ ଋଣ କାରଣରୁ ଜୀବନରେ ଆର୍ଥିକ ସଂକଟ ସମସ୍ୟା ଆରମ୍ଭ ହୋଇଥାଏ ।