ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ: ୨୦୨୭ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା। ‘୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର। ମେଟ୍ରୋ ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଛି। ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି। ୪ ବର୍ଷ ମଧ୍ୟରେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ। ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଯଥାକ୍ରମେ ୨୧୦ କୋଟି ଓ ୧,୦୦୦ କୋଟି ମଞ୍ଜୁର ହୋଇଛି । ପ୍ରକଳ୍ପରେ କାର୍ଯ୍ୟରତ ସମୟରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵ ପ୍ରଶସ୍ତୀକରଣ କରିବାକୁ ସ୍ଥିର ପରାଯାଇଛି ।
ଟ୍ରାଫିକ୍ ଡାଇଭର୍ସନ ଯୋଜନା ଟ୍ରାଫିକ୍ ପୁଲିସ ଓ ଏ ସମ୍ବନ୍ଧୀୟ ଅନ୍ୟାନ୍ୟ ଅଧିକାରୀଙ୍କ ସମନ୍ବୟରେ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ପରାମର୍ଶଦାତା ଭାବେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି । ମେଟ୍ରୋ ଷ୍ଟେସନ ନିର୍ମାଣ କରିବାକୁ ଏକାନ୍ତ ବ୍ୟବସ୍ଥିତ ଯୋଜନା ଅନୁସାରେ କାର୍ଯ୍ୟ ଚାଲିଛି । ନୂଆ ସରକାର ପ୍ରକଳ୍ପର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ବୈଷୟିକ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କିତ ବିଧାୟକ ପ୍ରତାପ କେଶରୀ ଦେବ ଓ ସାରଦା ପ୍ରସାଦ ନାୟକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି ।
୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ । ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନା ପୂର୍ବରୁ ମିଳି ସାରିଛି । ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍ । ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ରହିବ ଅଧିକ ଉଚ୍ଚତା । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଚାଲିବ ମୋଟ୍ରୋ ଟ୍ରେନ୍ । ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା । ଏବେ ମେଟ୍ର ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା । ୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବରେ ଚାଲିଛି ପରୀକ୍ଷା । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାମ ।