ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବେ ବଢ଼ି ଚାଲିଥିବା ବେଳେ ଟେଲିକମ୍ କମ୍ପାନୀମାନେ ମଧ୍ୟ ବଢ଼ିଆ ବଢ଼ିଆ ଅଫର୍ ଘୋଷଣା କରୁଛନ୍ତି । ତେବେ ଏ କ୍ଷେତ୍ରରେ ଦେଶର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ପଛରେ ପଡ଼ି ନାହିଁ । ଏହା ମଧ୍ୟରେ ଜିଓ ସବୁଠାରୁ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି କମ୍ ଅର୍ଥ ଖର୍ଚ୍ଚ କରି ଗ୍ରାହକମାନେ ନିଜର ଫୋନକୁ ଅଧିକ ଦିନ ପର୍ଯ୍ୟନ୍ତ ସକ୍ରିୟ ରଖିପାରିବେ ।
ସୂଚନା ମୁତାବକ, ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ସବୁଠାରୁ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ଗ୍ରାହକମାନେ ମାତ୍ର ୧୮୯ ଟଙ୍କା ଖର୍ଚ୍ଚ କଲେ ୨୮ ଦିନ ପାଇଁ ସେମାନଙ୍କର ଫୋନ୍ ଆକ୍ଟିଭ୍ ରହିବ । ଅର୍ଥାତ ଗ୍ରାହକମାନେ ଦିନକୁ ପାଖାପାଖି ୭ ଟଙ୍କାରୁ କମ୍ ଖର୍ଚ୍ଚ କରି ପାଖାପାଖି ମାସେ ପର୍ଯ୍ୟନ୍ତ ନିଜର ସିମକୁ ଆକ୍ଟିଭ୍ ରଖିପାରିବେ । ଆଜିର ସମୟରେ ଅଧିକାଂଶ ଗ୍ରାହକ ନିଜର ସ୍ମାର୍ଟଫୋନରେ ଡୁଆଲ୍ ସିମର ବ୍ୟବହାର କରୁଛନ୍ତି । କିଛି ଗ୍ରାହକ ଗୋଟିଏ ସିମରେ ଇଣ୍ଟରନେଟ୍ ଚଳାଇ ଅନ୍ୟ ସିମକୁ ଆକ୍ଟିଭ୍ ରଖିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥାନ୍ତି । ଏପରି ସ୍ଥିତିରେ ରିଲାଏନ୍ସ ଜିଓର ଏହି ପ୍ଲାନ ଗ୍ରାହକଙ୍କୁ ସେମାନଙ୍କର ସିମ୍ ଆକ୍ଟିଭ୍ ରଖିବା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇ ପାରିବ ।