ନୂଆଦିଲ୍ଲୀ: ଗୌତମ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଘେରାଉ କରୁଛନ୍ତି। ସେପଟେ ଆମେରିକୀୟ କୋଟିପତି ଜର୍ଜ ସୋରୋସ୍ଙ୍କ କଥା ଉଲ୍ଲେଖ କରି ବିଜେପି କଂଗ୍ରେସ ବିରୋଧରେ ଅନେକ ଅଭିଯୋଗ ଆଣିଛି। ଏହାକୁ ନେଇ ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ହୋଇଥିଲା। ଉଭୟ ଗୃହକୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ତେବେ ଏହା ପରେ ଜର୍ଜ ସୋରୋସ୍ଙ୍କ ମାମଲାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଥିଲା।
କେରଳର ୱାୟନାଡରୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି କହିଛନ୍ତି, “ସେମାନେ ଆଦାନୀଙ୍କୁ ନେଇ ବିତର୍କ କରିବାକୁ ଚାହୁଁ ନଥିବାରୁ ଏପରି କରୁଛନ୍ତି। ସେମାନେ ଜାଣନ୍ତି ଯେ ଲାଞ୍ଚ ଦିଆଯାଇଛି। ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିୟା ଶ୍ରୀନେତ୍ କହିଛନ୍ତି ଯେ, ଗୌତମ ଆଦାନୀଙ୍କୁ ବଞ୍ଚାଇବା ପାଇଁ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ହେଉଛି ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ଅଦାନିଙ୍କୁ ବଞ୍ଚାଇବା ପାଇଁ ନରେନ୍ଦ୍ର ମୋଦି ଦେଶର ସ୍ୱାର୍ଥ ବନ୍ଧକ ରଖି ସମସ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଦେଶ ଜାଣେ। ଆଦାନୀଙ୍କୁ ବଞ୍ଚାଇବା ପାଇଁ ଜର୍ଜ ସୋରୋସ୍ ଙ୍କୁ ନେଇ ସବୁଠାରୁ ବଡ଼ ପ୍ରୟାସ କରାଯାଉଛି। ସୁପ୍ରିୟା ଶ୍ରୀନେତ କହିଛନ୍ତି, ଆପଣ କ୍ଷମତାରେ ରହିବାର ୧୧ ବର୍ଷ ବିତିଗଲାଣି ଏବଂ ଜର୍ଜ ସୋରୋସ୍ ନାମକ ଜଣେ ବ୍ୟକ୍ତି ଭାରତ ବିରୋଧୀ କାର୍ଯ୍ୟ କଳାପ କରୁଛନ୍ତି, ତେବେ ଆପଣ ଭାରତରେ ତାଙ୍କ ବ୍ୟବସାୟ ଓ ପାଣି କାହିଁକି ବନ୍ଦ କରୁନାହାଁନ୍ତି?