ଭୁବନେଶ୍ବର: ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ ଓଡିଶା ସରକାର ଆଳୁ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର । କଂଗ୍ରେସ ବିଧାୟକ କଡାମଙ୍କ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରବି ଋତୁରେ ଆଳୁ ଚାଷ ପାଇଁ ମୋଟ 64 କୋଟି ଟଙ୍କା ଖର୍ଚ୍ଚ ହୋଇଛି । 15 ହଜାର 23 ହେକ୍ଟ ଜମିରେ ଆଳୁ ଚାଷ ପାଇଁ ଯୋଜନା ହୋଇଛି । ଆଳୁକୁ ଗଚ୍ଛିତ ରଖିବା ପାଇଁ ମଧ୍ୟ ଶୀତଳ ଭଣ୍ଡାରର ବ୍ୟବସ୍ଥା କରାଯାଉଛି। ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକ ଯଥା ବାଲେଶ୍ବର, ରେମୁଣା, ବସ୍ତା, ଜଳେଶ୍ବର, ଭୋଗରାଇ, ବାଲିଆପାଳ, ସୋର, ଶିମୁଳିଆ, ଖଇରା, ନିଳଗିରିରେ ଆଳୁ ଚାଷ ପାଇଁ ଆଳୁ ବିହନ ଯୋଗାଇ ଦିଆଯାଉଛି । ଶୀତ ଦିନକୁ ଆଖି ଆଗରେ ରଖି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ବାରା ନିଆଯାଉଥିବା ପଦକ୍ଷେପକୁ ମଧ୍ୟ ଗ୍ରହଣ କରାଯାଉଛି ।
ଅନ୍ୟପଟେ ଜେଳଶ୍ବର ବିଧାୟକଙ୍କର ଡାଇବେଟିସ ଆଳୁର ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଡାଇବେଟିସ ଆଳୁ ନେଇ ମୋ ପାଖରେ ସୂଚନା ନାହିଁ । ମୁଁ ଅନୁଧ୍ୟାନ କରିବା ପରେ ତାଙ୍କୁ ଜଣାଇଦେବି ।