ମୁମ୍ୱାଇ: ସାମସଙ୍ଗ ଚଳିତ ବର୍ଷ ଅକ୍ଟୋବରରେ ସାମସଙ୍ଗ Galaxy A16 ନାମକ ଏକ ନୂଆ ମିଡ୍ରେଞ୍ଜ ଫୋନ୍ ଲଞ୍ଚ କରିଥିଲା। ଏହା ଏକ ୫ଜି ଫୋନ୍, ଯେଉଁଥିରେ କମ୍ପାନି ଦୀର୍ଘ ଦିନ ଧରି ସଫ୍ଟୱେର ଅପଡେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଛି। ଆମେ ଏହି ଫୋନ୍ କୁ ପ୍ରାୟ ଏକ ମାସ ପାଇଁ ବ୍ୟବହାର କରିଛୁ ଏବଂ ଆମର ବ୍ୟକ୍ତିଗତ ଅଭିଜ୍ଞତା ଆଧାରରେ ଏକ ସମୀକ୍ଷା ପ୍ରସ୍ତୁତ କରିଛୁ | ଆସନ୍ତୁ ଜାଣିବା ସାମସଙ୍ଗର ନୂଆ ମିଡ୍ରେଞ୍ଜ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏ୧୬ର ରିଭ୍ୟୁ ।
ଆମେ ଆପଣଙ୍କୁ ଏହି ଫୋନ ବିଷୟରେ ଉଭୟ ଭଲ ଏବଂ ଖରାପ କଥା କହିବୁ, କିନ୍ତୁ ଏହା ପୂର୍ବରୁ ଆସନ୍ତୁ ନଜର ପକାଇବା ଏହି ଫୋନର ସ୍ପେସିଫିକେସନ ଉପରେ । ଏହି ଫୋନରେ ସାମସଙ୍ଗ ୬.୭ ଇଞ୍ଚର ଆମୋଲେଡ୍ ଡିସପ୍ଲେ ଦେଇଛି, ଯାହା କି ୯୦ ହର୍ଜ ରିଫ୍ରେସ ରେଟ୍ ସହିତ ଆସିଥାଏ । ଏହି ଫୋନରେ ପ୍ରୋସେସର ପାଇଁ ମିଡିଆଟେକ୍ ଡିମେନସିଟି ୬୩୦୦ ଚିପସେଟ ଥିବା ବେଳେ ଏହା ଆଣ୍ଡ୍ରଏଡ ୧୪ ଉପରେ ଆଧାରିତ ସାମସଙ୍ଗର ଅତ୍ୟାଧୁନିକ ଅପରେଟିଂ ସିଷ୍ଟମରେ କାମ କରୁଛି ।
ଏହାର ପଛ ପଟେ ୫୦ ଏମପି+୫ ଏମପି+୨ଏମପି କ୍ୟାମେରା ସେଟଅପ୍ ରହିଛି । ଫୋନରେ ୫,୦୦୦ ଏମଏଏଚ ବ୍ୟାଟେରୀ ରହିଛି, ଯାହା ୨୫ ୱାଟ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିକୁ ସମର୍ଥନ କରେ । ଏହି ନୂଆ ସାମସଙ୍ଗ ଫୋନର ମୂଲ୍ୟ ୧୮,୯ ଟଙ୍କାରୁ ଆରମ୍ଭ ହୋଇଥାଏ, ଯେଉଁଥିରେ ୮ ଜିବି ରାମ୍ + ୧୨୮ ଜିବି ଷ୍ଟୋରେଜ ରହିଛି । ଫୋନର ଦ୍ୱିତୀୟ ଭାରିଆଣ୍ଟରେ ୮ ଜିବି ରାମ୍ + ୨୫୬ ଜିବି ଷ୍ଟୋରେଜ୍ ରହିଛି ।