ନୂଆଦିଲ୍ଲୀ: ଅନ୍ତଃକୋଷକୁ ଟାର୍ଗେଟ କରୁଥିବା ଆଣ୍ଟିଡିପ୍ରେସଣ୍ଟ ଔଷଧ ଅବସାଦ ଏବଂ ଚିନ୍ତା ଭଳି ମାନସିକ ସମସ୍ୟାର ଚିକିତ୍ସାରେ ପ୍ରଭାବଶାଳୀ ହୋଇପାରେ । ଏହାର ପ୍ରମାଣ ଏକ ଗବେଷଣାରୁ ମିଳିଛି। ଗବେଷକଙ୍କ କହିବା ନୁସାରେ, ଏହି ଔଷଧ ମାନସିକ ବିକାର ସହିତ ପାଚନ କ୍ରିୟା ଏବଂ ରୋଗୀଙ୍କ ଆଚରଣଗତ ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିଥାଏ । ଏହି ଔଷଧର ବ୍ୟବହାର ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ, କାରଣ ଏହା ପିଲାମାନଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇନଥାଏ ।
ଏହା ମଧ୍ୟ ସମ୍ଭାବନା ଅଛି ଯେ ଅନ୍ତନଳୀ ମଧ୍ୟରେ ସେରୋଟୋନିନ୍ ସଙ୍କେତ ବୃଦ୍ଧି ମସ୍ତିଷ୍କ ଏବଂ ଅନ୍ତନଳୀ ମଧ୍ୟରେ ଯୋଗାଯୋଗକୁ ପ୍ରଭାବିତ କରିପାରେ, ଯାହା ଦ୍ୱାରା ମୁଡ୍ ରେ ଉନ୍ନତି ହୋଇପାରେ । ଆଧୁନିକ ବିଜ୍ଞାନରେ ବିଶ୍ୱାସ କରାଯାଏ ଯେ ଅନ୍ତନଳୀ ଏବଂ ମସ୍ତିଷ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି, ଯାହାକୁ “ଅନ୍ତଃ-ମସ୍ତିଷ୍କ ଅକ୍ଷ” କୁହାଯାଏ । ଅନ୍ତନଳୀରେ ଥିବା ସେରୋଟୋନିନ୍ ମସ୍ତିଷ୍କର ଭାବନାତ୍ମକ ଏବଂ ମାନସିକ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହି ଗବେଷଣା ଅନ୍ତନଳୀରେ ସେରୋଟୋନିନ୍ ସ୍ତର ବୃଦ୍ଧି କରି ଅବସାଦ ଏବଂ ଚିନ୍ତାର ଚିକିତ୍ସାରେ ଏକ ନୂତନ ଦିଗ ଦେଖାଉଛି ।