ବାଇଡେନଙ୍କ ବଡ଼ ପଦକ୍ଷେପ: ୧୫୦୦ କଏଦୀଙ୍କୁ ରାଜକ୍ଷମା ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦାୟିତ୍ୱରୁ ବିଦାୟ ନେବା ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଜେଲରେ ବନ୍ଦୀ ହୋଇ ରହିଥିବା ୧୫୦୦ ଜଣ କଏଦୀଙ୍କୁ ରାଜକ୍ଷମା ଦେବା ନେଇ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ରାଜକ୍ଷମା ପାଇଥିବା ଏହି ୧୫୦୦ କଏଦୀ ପ୍ରାୟତଃ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କିନ୍ତୁ ଗିରଫ ହୋଇ ସଜା କାଟୁଥିବା ଏହି କଏଦୀମାନଙ୍କୁ ଏବେ କ୍ଷମା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ସେହିପରି ଅପରାଧିକ ମାମଲାରେ ୩୯ ଜଣଙ୍କୁ ମଧ୍ୟ କ୍ଷମା ପ୍ରଦାନ କରିଛନ୍ତି ଆମେରିକାର ରାଷ୍ଟ୍ରପତି । ରାଜକ୍ଷମା ପାଇଥିବା ଏହି ୧୫୦୦ କଏଦୀଙ୍କ ଭିତରେ ୪ ଜଣ କଏଦୀ ଭାରତୀୟ ଥିବା ସୂଚନା ମିଳିଛି । ତେବେ ଏହାପୂର୍ବରୁ କିଛି ଦିନ ତଳେ ବାଇଡେନ୍ ଜେଲରେ ଥିବା ନିଜ ପୁଅକୁ କ୍ଷମା କରିଥିଲେ ।