WPL Auction-2025; କାହାକୁ ମିଳିଲା ଅଧିକ ଟଙ୍କା? ଏହି ଖେଳାଳିଙ୍କୁ ମିଳିଲାନି ଦଳ, ଦେଖନ୍ତୁ ନିଲାମୀର ଫାଇନାଲ ଅପଡେଟ୍

ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଶେଷ ହୋଇଛି ମହିଳା ପ୍ରିମିୟର ଲିଗ୍ । ଏହି ଅକ୍ସନରେ ମୋଟ ୧୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ମାତ୍ର ୧୮ ଜଣ ଖେଳାଳିଙ୍କୁ ସାମିଲ କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ଏହି ୧୮ ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି । ଅନେକ ଖେଳାଳି ନୂଆ ସିଜନ ପାଇଁ ନୂଆ ଦଳରେ ସାମିଲ ହୋଇଛନ୍ତି । ତେବେ ଏହି ଅକ୍ସନରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଗାମୀ ସିଜନ ପାଇଁ ସବୁଠାରୁ ମୂଲ୍ୟବାନ ୨ ଜଣ ଖେଳାଳି ମୁମ୍ବାଇରେ ସାମିଲ ହୋଇଛନ୍ତି । କେବଳ ୨ ଜଣ ଖେଳାଳିଙ୍କ ପାଇଁ ମୁମ୍ବାଇ ୩.୫୦ କୋଟି ଟଙ୍କା ଖର୍ଚ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଏହି ନିଲାମୀରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଲେଗ୍ ସ୍ପିନର ସିମ୍ରନ ଶେଖ୍ । ୧.୯୦ କୋଟି ଟଙ୍କାରେ ଗୁଜରାଟ ଜିଆଣ୍ଟସ ତାଙ୍କୁ ଦଳରେ ସାମିଲ କରିଛି । ଏହାବ୍ୟତୀତ ଦିଏନ୍ଦ୍ର ଡଟିନଙ୍କ ପାଇଁ ମଧ୍ୟ ଗୁଜରାଟ ଜିଆଣ୍ଟସ ୧.୭୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହାପରେ ତାମିଲନାଡୁର ଜି କମଳିନି ୧.୬୦ କୋଟି ଟଙ୍କା ବ୍ୟୟରେ ମୁମ୍ବାଇ ପଲଟନ୍ ସହ ଯୋଡ଼ି ହୋଇଛନ୍ତି । ସେହିପରି ପ୍ରେମା ରାୱତଙ୍କୁ ୧.୨ କୋଟି ଟଙ୍କାରେ ଦଳରେ ସାମିଲ କରିଛି ପୂର୍ବତନ ଚମ୍ପିଆନ୍ ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ । ଏହି ୪ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୧ କୋଟିରୁ ଅଧିକ ଟଙ୍କା ପାଇନାହାନ୍ତି । କିନ୍ତୁ ସ୍ନେହ ରଣା ଏବଂ ପୁନମ ଯାଦବ ଭଳି ଟିମ ଇଣ୍ଡିଆର ଷ୍ଟାର ଖେଳାଳି ନିଲାମୀରେ କୌଣସି ଦଳ ପାଇନାହାନ୍ତି ।

କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲେ ଦଳ?

  • ସିମ୍ରନ ଶେଖ୍- ୧.୯୦ କୋଟି (ଗୁଜରାଟ ଜିଆଣ୍ଟସ)
  • ଦିଏନ୍ଦ୍ର ଡଟିନ୍- ୧.୭୦ କୋଟି (ଗୁଜରାଟ ଜିଆଣ୍ଟସ)
  • ଜି କମଳିନୀ- ୧.୬୦ କୋଟି (ମୁମ୍ବାଇ ଇଣ୍ଡିଆନ୍ସ)
  • ପ୍ରେମା ରାୱତ- ୧.୨ କୋଟି (ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ)
  • ଏନ ଚରଣୀ- ୫୫ ଲକ୍ଷ (ଦିଲ୍ଲୀ କାପିଟାଲ୍ସ)
  • ନାଦିନ ଡି କ୍ଲର୍କ- ୩୦ ଲକ୍ଷ (ମୁମ୍ବାଇ ଇଣ୍ଡିଆନ୍ସ)
  • ଡାନିଏଲ ଗିବସବ- ୩୦ ଲକ୍ଷ (ଗୁଜରାଟ ଜିଆଣ୍ଟସ)
  • ଆଲାନା କିଙ୍ଗ- ୩୦ ଲକ୍ଷ (ୟୁପି ୱାରିୟର୍ସ)
  • ଅକ୍ଷିତା ମାହେଶ୍ୱରୀ- ୨୦ ଲକ୍ଷ (ମୁମ୍ବାଇ ଇଣ୍ଡିଆନ୍ସ)
  • ନନ୍ଦିନୀ କାଶ୍ୟପ- ୧୦ ଲକ୍ଷ (ଦିଲ୍ଲୀ କାପିଟାଲ୍ସ)
  • ଆରୁଷି ଗୋଷ- ୧୦ ଲକ୍ଷ (ୟୁପି ୱାରିୟର୍ସ)
  • କ୍ରାନ୍ତି ଗୌଡ଼- ୧୦ ଲକ୍ଷ (ୟୁପି ୱାରିୟର୍ସ)
  • ସଂସ୍କୃତି ଗୁପ୍ତା- ୧୦ ଲକ୍ଷ (ମୁମ୍ବାଇ ଇଣ୍ଡିଆନ୍ସ)
  • ଜ୍ୟୋସିଥା ଭିଜେ- ୧୦ ଲକ୍ଷ (ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ)
  • ସାରା ବ୍ରାଇସ- ୧୦ ଲକ୍ଷ (ଦିଲ୍ଲୀ କାପିଟାଲ୍ସ)
  • ରାଘଭି ବିଷ୍ଟ- ୧୦ ଲକ୍ଷ (ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ)
  • ଜାଗ୍ରଭି ପୱାର- ୧୦ ଲକ୍ଷ (ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ)
  • ନିକି ପ୍ରସାଦ- ୧୦ ଲକ୍ଷ (ଦିଲ୍ଲୀ କାପିଟାଲ୍ସ)
  • ପ୍ରକାଶିକା ନାଏକ- ୧୦ ଲକ୍ଷ (ଗୁଜରାଟ ଜିଆଣ୍ଟସ)