କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର, ୧୮ ମାସର DA ବକେୟା ଆସିବ ଖାତାକୁ

ନୂଆଦିଲ୍ଲୀ- କେନ୍ଦ୍ର ସରକାର ଅଧୀନରେ କାମ କରୁଥିବା କର୍ମଚାରୀ ତଥା ପେନସନଭୋଗୀ ପାଇବେ ୧୮ ମାସର ବକେୟା । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, କେନ୍ଦ୍ର ସରକାର କେନ୍ଦ୍ରୀୟ ପେନସନଭୋଗୀ ତଥା କର୍ମଚାରୀଙ୍କ ୧୮ ମାସର ବକେୟା ମହଙ୍ଗାଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିଲ ଲୋକସଭାରେ ପାରିତ ହେବ ।

ସୂଚନା ମୁତାବକ, ଦେଶରେ ଥିବା କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ସରକାରଙ୍କ ଏହି ବିଲ ପାରିତ ହେବା ପରେ ସେମାନଙ୍କ ବକେୟା ମହଙ୍ଗାଭତ୍ତା ପାଇପାରିବେ । ଆକଳନ ଅନୁଯାୟୀ, ପ୍ରତି କର୍ମଚାରୀଙ୍କୁ ପ୍ରାୟ ଅଢେଇ ଲକ୍ଷ ପରି ବକେୟା ଅର୍ଥ ମିଳିବ । ୧୮ ମାସରେ ବାକିଥିବା ଡିଏରେ ଏହି ଅର୍ଥରାଶି ୨,୩୦,୦୦୦ ଟଙ୍କା ହୋଇଛି ।

ଡିଏ ବକେୟା ହେଉଛି ଗତ ତାରିଖରୁ ଡିଏ ବୃଦ୍ଧି ଆଧାରରେ କର୍ମଚାରୀମାନଙ୍କୁ ଦିଆଯାଉଥିବା ଅର୍ଥ । ସରକାର ଡିଏରେ ବୃଦ୍ଧି କରିଥିଲେ ମଧ୍ୟ ସେହି ବର୍ଦ୍ଧିତ ଟଙ୍କା ନ ମିଳିବା । ଏହି ହିସାବରେ ଗତ ୧୮ ମାସ ହେଲା ଡିଏରେ ହୋଇଥିବା ବୃଦ୍ଧି ଅର୍ଥ ପ୍ରଦାନ କରାଯାଇ ନାହିଁ । ଯେମିତି କି ଜଣଙ୍କର ପ୍ରକୃତ ଦରମା ଯଦି ୫୦ ହଜାର ହୋଇଥିବ, ଡିଏ ୧୧ ପ୍ରତିଶତ ହୋଇଥିଲେ, ୧୮ ମାସରେ ଏହା ୯୯ ହଜାର ଟଙ୍କା ହେବ ।