ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଏକ ଫାଇନାନ୍ସ କମ୍ପାନୀର ମାଲିକଙ୍କୁ ସଙ୍ଗୀନ ଅଭିଯୋଗରେ ଅଟକ ରଖିଛି ପୋଲିସ । ଅଫିସରେ ଜଣେ ମହିଳା କର୍ମଚାରୀଙ୍କୁ କମ୍ପାନୀର ମାଲିକ ଯୌନ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି । ଏହି ଅଫିସରେ କାର୍ଯ୍ୟରତ ଜଣେ ମହିଳା ମାଲିକଙ୍କ ବିରୋଧରେ ନିଜେ ପୀଡ଼ିତା ଏଭଳି ସାଂଘାତିକ ଅଭିଯୋଗ ଦାୟର କରିଛନ୍ତି । ଏହାପରେ ସଙ୍ଗେ ସଙ୍ଗେ ଏହି ସଙ୍ଗୀନ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୈତ୍ରୀବିହାର ଥାନା ଅଞ୍ଚଳର ଏକ କମ୍ପାନୀ ମାଲିକଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ପୀଡ଼ିତା । ଏହାପରେ ଅଭିଯୁକ୍ତ କମ୍ପାନୀର ମାଲିକଙ୍କୁ ଅଟକ ରଖିଛି ପୋଲିସ । ଭଲ ଦରମା ଏବଂ ପଦୋନ୍ନତି ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣା କରୁଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ମାଲିକଙ୍କୁ ଉଠାଇ ଆଣିବା ସହ ପଚରାଉଚରା ଜାରି ରଖିଛି ।