CDS ବିପିନ ରାଓ୍ବତଙ୍କ ବିମାନ ଦୁର୍ଘଟଣା ଘଟଣା, 3 ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

ନୂଆଦିଲ୍ଲୀ: ୨୦୨୧ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନୁର ନିକଟରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ଦେହାନ୍ତ ହୋଇଥିଲା । ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଦୁର୍ଘଟଣା ଅତି ଭୟଙ୍କର ରହିଥିଲା । ସମସ୍ତେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଇତି ମଧ୍ୟରେ ବିପିନ ରାଓ୍ବତଙ୍କ ମୃତ୍ୟୁକୁ 3 ବର୍ଷ ପୂର୍ତ୍ତି ହୋଇଛି । ବର୍ତ୍ତମାନ ଦୁର୍ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି । ତେବେ ଯାହା ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୂର୍ବରୁ ପାଣିପାଗ ଖରାପ ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ କୁହାଯାଇଥିବା ବେଳେ ବର୍ତ୍ତମାନ ମନୁଷ୍ୟଗତ ତ୍ରୁଟି ଏହାର କାରଣ ବୋଲି ପାର୍ଲାମେଣ୍ଟାରୀ ପ୍ୟାନେଲ ରିପୋର୍ଟରେ କୁହାଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ କହିଛି ୨୦୧୮ ପରଠାରୁ ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣାର ତଦନ୍ତ କରାଯାଇଛି  । 2021-22 ରେ ଘଟିଥିବା 9 ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା ଏବଂ 2018-19 ରେ 11 ଟି ଦୁର୍ଘଟଣା ଅନ୍ତର୍ଭୁକ୍ତ । ତେବେ ଗତ 2018 ପରଠାରୁ ହୋଇଥିବା ବିମାନ ଦୁର୍ଘଟଣାର ରିପୋର୍ଟ ପ୍ରଦାନ କରିଛି ପାର୍ଲାମେଣ୍ଟାରୀ ପ୍ୟାନେଲ । ବିପିନ ରାଓ୍ବତଙ୍କ ବିମାନ ଦୁର୍ଘଟଣାକୁ ମାନବୀୟ ତ୍ରୁଟି ବୋଲି ଦର୍ଶାଯାଇଛି  । ତେବେ ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।