ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ତରଫରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୭୩ଟି ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଡିସେମ୍ବର ୧୮ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଜାନୁଆରୀ ୨ରେ ତାହା ସମାପ୍ତ ହେବ । ଆସନ୍ତା ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ହୋଇଥିବା ଆବଶ୍ୟକ । ୫୩ଟି ଅଙ୍ଗନବାଡ଼ି ୱାର୍କର ଓ ୩୨୦ଟି ଅଙ୍ଗନବାଡ଼ି ହେଲପର ପଦ ପୂରଣ ହେବ ।
ଆବେଦନ ଲିଙ୍କ: https://engagement-awc.odisha.gov.in/modifyawwEventListForOutsider.htm#