BGT-2024; ରାହୁଲଙ୍କ ପରେ ଅଧିନାୟକ ରୋହିତ ବି ଆହତ: କେମିତି ଜିତିବ ମେଲବର୍ଣ୍ଣ ମୁକାବିଲା?

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଚତୁର୍ଥ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । କିନ୍ତୁ ଏହି ପ୍ରସ୍ତୁତ ସମୟରେ ଦଳକୁ ଲାଗିଛି ଶକ୍ତ ଝଟକା । ଅଭ୍ୟାସ ସେସନରେ ଆହି ହୋଇଛନ୍ତି ଦଳର ଦୁଇ ସୁପରଷ୍ଟାର । ଷ୍ଟାର କ୍ରିକେଟର କେ.ଏଲ ରାହୁଲଙ୍କ ସମେତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏହି ଆହତ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋହିତ ନିଜ ଆଣ୍ଠୁରେ ମାଲିସ କରୁଥିବା ଦେଖାଯାଇଛି । ତେବେ ମେଲବର୍ଣ୍ଣ ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ୨ ଷ୍ଟାର କ୍ରିକେଟରଙ୍କର ଆହତ ସମସ୍ୟା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଅଧିନାୟକ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ପ୍ରାକ୍ଟିସ ସେସନରେ ଆହତ ହୋଇଥିବା ଖବର ସାମନାକୁ ଆସିଛି । ଥ୍ରୋଡାଉନ ବିଶେଷଜ୍ଞ ଦୟାଙ୍କ ବଲରେ ବାମ ଗୋଡ଼ରେ ଆଘାତ ଲାଗିଛି । ମ୍ୟଚ୍ ପ୍ରସାରାଣ କରୁଥିବା ଚ୍ୟାନେଲ ରୋହିତଙ୍କ ଆହତ ସମସ୍ୟାକୁ ନେଇ ଅପଡେଟ କରିଛି । ଗୋଡ଼ରେ ବଲ୍ ଲାଗିବା ପରେ ରୋହିତ ଅନେକ ସମୟ ପର୍ଯ୍ୟନ୍ତ ଆଇସପ୍ୟାକ ଲଗାଇ ବସି ରହିଥିଲେ । ତେବେ ଆହତ ପରେ ପଡ଼ିଆରେ କିଛି ସମୟ ବ୍ୟାଟିଂ କରିଥିବା କୁହାଯାଇଛି । କିନ୍ତୁ ଏହାପରେ ସେ ଟିମ୍ ପିଜିଓଙ୍କୁ ଚିିକିତ୍ସା ପାଇଁ କହିଛନ୍ତି ରୋହିତ । ଅର୍ଥାତ୍ ଚତୁର୍ଥ ଟେଷ୍ଟରେ ତାଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଏହାବ୍ୟତୀତ ଷ୍ଟର ଓପନର କେ.ଏଲ ରାହୁଲ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଦଳର ଫିଜିଓ ଉଭୟଙ୍କ ଆହତ ସମସ୍ୟା ଉପରେ ନଜର ରଖିବା ସହ ଚିକିତ୍ସା ଜାରି ରଖିଛନ୍ତି । ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ ଉଭୟ ଫିଟ୍ ହୋଇ ଦଳକୁ କମବ୍ୟାକ କରିବା ଆଶା କରାଯାଉଛି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଉଭୟଙ୍କ ଆଘାତ ସମସ୍ୟା ବିଶେଷ ଗମ୍ଭୀର ନୁହେଁ ବୋଲି କୁହାଯାଇଛି ।