ଜନ୍ମଦିନରେ ଫୋନ୍ ପାଇଁ ଜିଦ୍ କରିଥିଲା ପୁଆ, ମାଆ ମନା କରିବାରୁ କ୍ରୋଧିତ ହୋଇ ଜୀବନ ହାରିଲେ

ନୂଆଦିଲ୍ଲୀ: ଜନ୍ମଦିନରେ ନୂଆ ମୋବାଇଲ ଫୋନ ପାଇଁ ଜିଦ୍ କରିଲା ପୁଅ । ମାଆ ଉପହାର ଦେବାକୁ ମନା କରିଦେବାରୁ ଜୀବନ ହାରିଦେଲେ ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ। ପୁଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି ।

ପୁଲିସର ସୂଚନା ଅନୁସାରେ ମିରାଜ ସହରର ଜଣେ ୧୫ ବର୍ଷୀୟ ନାବାଳକ ବିଶ୍ୱଜିତ ରମେଶ ଚମଦାନୱାଲେ ଗତ ଶୁକ୍ରବାର(ଡିସେମ୍ବର ୨୦) ନିଜ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ଉପହାରରେ ଏକ ନୂଆ ମୋବାଇଲ ଫୋନ କିଣି ଦେବାକୁ ସେ ତାଙ୍କ ମାଆଙ୍କୁ କହିଥିଲେ। କିନ୍ତୁ ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣି ଦେବାକୁ ମନା କରିଥିଲେ ବିଶ୍ୱଜିତର ମାଆ। ଏହି କଥାକୁ ନେଇ ରାଗିଯାଇଥିଲେ ବିଶ୍ୱଜିତ। ସେ ଘରେ କାହା ସହ କଥାବାର୍ତ୍ତା କରୁନଥିଲେ। ତେବେ ଏହାର ପରଦିନ, ଅର୍ଥାତ ଶନିବାର ବିଳମ୍ବିତ ରାତିରେ ଘରେ ମାଆ ଓ ଭଉଣୀ ଶୋଇଥିବାବେଳେ ବିଶ୍ୱଜିତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।