ଘରେ ପାରା ରହିଥିଲେ ସାବଧାନ! ହୋଇପାରନ୍ତି ଏହି ଗମ୍ଭୀର ରୋଗର ଶୀକାର

ନୂଆଦିଲ୍ଲୀ: ସହର ଏବଂ ଗ୍ରାମ ଗୁଡିକରେ ପାରା ଦେଖିବା ସାଧାରଣ କଥା । ଘରେ ପାରା ବସିଲେ ମଳତ୍ୟାଗ କରିବା ମଧ୍ୟ ସାଧାରଣ ବିଷୟ । କିନ୍ତୁ ଆପଣ ଜାଣନ୍ତି କି ସେମାନଙ୍କର ଫୁସଫୁସ ପାଇଁ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ ପାରା ମଳ । ଫଙ୍ଗସ୍ ଏବଂ ଜୀବାଣୁ ଗୁରୁତର ରୋଗର କାରଣ ହୋଇପାରନ୍ତି, ବିଶେଷକରି ଫୁସଫୁସକୁ କ୍ଷତି ପହଞ୍ଚାଇପାରେ ବୋଲି ସ୍ବାସ୍ଥ୍ୟବିଶେଷଜ୍ଞମାନେ କହିଛନ୍ତି । ଅନେକ ପ୍ରକାରର କ୍ଷତିକାରକ ଜୀବ ପାରା ମଳରେ ମିଳିଥାଏ, ଯେଉଁଥିରେ ଫଙ୍ଗସ୍, ଜୀବାଣୁ ଏବଂ ପ୍ରୋଟିନ୍ ଅନ୍ତର୍ଭୁକ୍ତ । ଏହି ଜୀବମାନଙ୍କ ମଧ୍ୟରୁ କେତେକ ଆପଣଙ୍କ ଫୁସଫୁସରେ ପ୍ରଦାହ ଏବଂ ସଂକ୍ରମଣ ସୃଷ୍ଟି କରିପାରନ୍ତି, ଯାହା ଗୁରୁତର ରୋଗର କାରଣ ହୋଇପାରେ ।

ବର୍ଡ ଫେନସିୟର ଲଙ୍ଗ୍ସ- ଏହା ହେଉଛି ସବୁଠାରୁ ସାଧାରଣ ଫୁସଫୁସ ରୋଗ । ପାରାର ମଳ ସମ୍ପର୍କରେ ଆସିବା ଦ୍ୱାରା ହୋଇଥାଏ । ଏହାର ଲକ୍ଷଣ ମଧ୍ୟରେ କାଶ, ନିଶ୍ୱାସ ନେବାରେ ଅସୁବିଧା, ଥକ୍କା, ଜ୍ୱର ଏବଂ ଓଜନ ହ୍ରାସ ଅନ୍ତର୍ଭୁକ୍ତ  । ଯଦି ଚିକିତ୍ସା ଠିକ୍ ସମୟରେ ଗ୍ରହଣ କରାଯାଏ ନାହିଁ, ତେବେ ଏହି ଅବସ୍ଥା ମଧ୍ୟ ସାଂଘାତିକ ହୋଇପାରେ ।

ହିଷ୍ଚୋପ୍ଲାସ୍ମୋସିସ୍- ଏହା ଏକ ଫୁସଫୁସ ସଂକ୍ରମଣ । ଯାହା ପାରା ମଳରେ ରହିଥିବା ଫଙ୍ଗସ୍ ସହିତ ଯୋଗାଯୋଗ ମାଧ୍ୟମରେ ବିସ୍ତାର ହୁଏ । ଏହାର ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା, ଛାତି ଯନ୍ତ୍ରଣା ଏବଂ ଓଜନ ହ୍ରାସ ହେବାଲ ସମ୍ଭାବନା ରହିଥାଏ ।