ଥାନାରେ ହାଜର ହେଲେ ପୁଷ୍ପାରାଜ, ପୋଲିସ ପଚାରିଲା ଏହି 4 ପ୍ରଶ୍ନ

ନୂଆଦିଲ୍ଲୀ: ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲୁ ଅର୍ଜୁନଙ୍କୁ ଏକ ସମନ ଜାରି କରିଥିଲା । ଡିସେମ୍ବର 4 ତାରିଖରେ ପୁଷ୍ପା 2 ର ପ୍ରିମିୟର୍ ସମୟରେ ଜଣେ ମହିଳାଙ୍କର ମୃତ୍ୟୁକୁ ନେଇ ଏହି ସମନ ଜାରି କରାଯାଇଥିଲା । ମହିଳାଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ 11 ଟା ସମୟରେ ଚିକ୍କାଡପଲି ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୂର୍ବରୁ ଅଲ୍ଲୁଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ତରୀଣ ଜାମିନ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସମନ ପରେ ଆଲୁ ଅର୍ଜୁନ ଆଜି ହାଇଦ୍ରାବାଦ ପୋଲିସ ନିକଟରେ ହାଜର ହୋଇଥିଲେ ।

4ଟି ପ୍ରଶ୍ନ ପଚାରିଥିବା ଚର୍ଚ୍ଚା ହୋଇଛି । ପ୍ରିମିୟର ସୋକୁ ଆସିବା ପାଇଁ ପୋଲିସର ଅନୁମତି ନଥିଲା ବୋଲି ଆପଣ ଜାଣିଥିଲେ କି? ଆପଣ ଅନୁମତି ମିଳିନି ବୋଲି ଜାଣିବା ସତ୍ତ୍ବେ ସ୍ବତନ୍ତ୍ର ସ୍କ୍ରିନିଂ ପାଇଁ ଆପଣଙ୍କୁ କିଏ ଆହ୍ବାନ କରିଥିଲା । ସ୍ପେସାଲ ସ୍କ୍ରିନିଂ ସମୟରେ ଦଳାଚକଟା ନେଇ କୌଣସି ଅଧିକାରୀ କିମ୍ବା ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇଥିଲା କି? ମହିଳାଙ୍କର ମୃତ୍ୟୁ ନେଇ ଆପଣଙ୍କୁ କିଏ ସୂଚନା ଦେଇଥିଲା । ଅଲ୍ଲୁ ଅର୍ଜୁନଙ୍କୁ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା ।  ଗତ ୪ ତାରିଖରେ ଏହି ଘଟଣା ଘଟିଥିଲା। ସନ୍ଧ୍ୟା ଥିଏଟରକୁ ‘ପୁଷ୍ପା-୨’ର ପ୍ରିମିୟର ଶୋ’ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୮ ବର୍ଷର ପୁଅ ୨୦ ଦିନ ହେଲାଣି କୋମାରେ ରହିଛନ୍ତି ।