ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି ବିପତ୍ତି । ଅତି ଶକ୍ତିଶାଳୀ ଆଗ୍ନେୟଗିରି ଉଦଗୀରଣ ଦେଖିବେ ବିଶ୍ବବାସୀ । ଇଣ୍ଡୋନୋସିଆର ମାଉଣ୍ଟ ତମ୍ବୋରା ଭଲି ଆଉ ଏକ ବିସ୍ଫୋରଣର ସାମ୍ନା କରିପାରେ ବିଶ୍ବ । ଯେତେ ଏହା ଏଭଳି ଭୟଙ୍କର ହେବ ଯେ, ବିଶ୍ବବାସୀଙ୍କ ପାଇଁ ବିପତ୍ତି ଆଣିପାରେ ବୋଲି କୁହାଯାଇଛି । ଯାହା ସାମ୍ନା କରିବା ଅତ୍ୟନ୍ତ କଷ୍ଚକର ହୋଇପାରିବ ବୋଲି କୁହାଯାଇଛି । ବର୍ଷା ହଜିବା ସହିତ ବରଫ ଯୁଗ ଆସିବ ବୋଲି କିଛି ପାଣିପାଗ ବିଜ୍ଞାନୀ ମଧଅୟ ଆକଳନ କରିଛନ୍ତି ।
ଯଦି ଆମେ ପୂର୍ବ ରିପୋର୍ଟକୁ ଦେଖିବା ତାହେଲେ ଇଣ୍ଡୋନୋସିଆର ମାଉଣ୍ଟ ତମ୍ବୋରାରେ ହୋଇଥିବା ଆଗ୍ନେୟଗିରି ଉଦଗୀରଣ ବାୟୁମଣ୍ଡଳକୁ ସମ୍ପୁର୍ଣ୍ଣ ଭାବେ ନଷ୍ଟ କରିଦେଇଛି । ଅନେକ ପ୍ରାଣ ହରାଇଥିଲେ ଏବଂ ଅନେକ ବିପତ୍ତି ମଧ୍ୟ ହୋଇଥିଲା । 1815ରେ ଏହି ଉଦଗୀରଣ ହୋଇଥିବା ବେଳେ ସବୁକିଛି ଧ୍ବସଂ ହୋଇଯାଇଥିଲା । ଧୂଆଁମୟ ହୋଇଯାଇଥିଲା ପରିବେଶ । ଫଳରେ ସୂର୍ଯ୍ୟକିରଣ ଦେଖିବାରୁ ଭୁଲିଗଲେ ଲୋକେ । ତାପମାତ୍ରା ଏଭଳି କମିଲା ଯେ, ଚାରିଆଡେ ପୁରା ବରଫମୟ ହୋଇଯାଇଥିଲା । ଗ୍ରୀଷ୍ମ ଋତୁ କଣ ଲୋକେ ଭୁଲି ଯାଇଥିଲେ । ଏହାର ପ୍ରଭାବରେ ଲୋକଙ୍କୁ ଅନେକ ରୋଗ ମଧ୍ୟ ହୋଇଥିଲା । ଅଣନିଶ୍ବାସୀ ହୋଇ ଅନେକ ପ୍ରାଣ ମଧ୍ୟ ହରାଇଥିଲେ । ତେବେ 2025 ମସିହାରେ ମଧ୍ୟ ଏଭଳି ଏକ ଆଗ୍ନେୟଗିରି ଉଦଗୀରଣ ଆସିବ ଯାହାକି ପୃଥିବୀରୁ ଅନେକ ଲୋକଙ୍କ ପ୍ରାଣ ନେଇପାରେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଇଛି ।