(Video): ‘ପଲ୍ଲୋ ଲଟକେ’ ଗୀତରେ ଝୁମିଲେ ସାଣ୍ଟା ! ଦେଖି ୟୁଜର କହିଲେ- ସାଣ୍ଟାକୁ ବିହାର ପଠାଅ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଖ୍ରୀଷ୍ଟମାସ ପର୍ବ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହି ଦିନ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହି ଦିନ ଯୀଶୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ ହେଉଛନ୍ତି ସାଣ୍ଟା କ୍ଲଜ୍ । ସେ ଛୋଟ ପିଲାଙ୍କୁ ଉପହାର ଦେବା ସହ ସେମାନଙ୍କ ମନୋରଞ୍ଜନ କରିଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ସାଣ୍ଟା ବେଶରେ ରାଜସ୍ଥାନୀ ଗୀତରେ ଠୁମକା ଲଗାଉଥିବାର ଦେଖାଯାଇଛି ।

ଏହି ଭାଇରାଲ ଭିଡିଓରେ ୩ ଜଣ ବ୍ୟକ୍ତି ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଉଛନ୍ତି ଯାହାଙ୍କ ତାଳେ ତାଳେ ସାଣ୍ଟା ବେଶରେ ଥିବା ବ୍ୟକ୍ତି ଜଣଙ୍କ ଠୁମକା ଲଗାଇ ନାଚୁଛନ୍ତି । ସେଠାରେ ଗାୟକ ଜଣଙ୍କ ଶାଦୀ ମୈ ଜରୁର ଆନା ଫିଲ୍ମର ଲୋକପ୍ରିୟ ଗୀତ ‘ପଲ୍ଲୋ ଲଟକେ’କୁ ରାଜସ୍ଥାନୀ ଢ଼ଙ୍ଗରେ ଗାଇଥିଲେ । ଏହି ଗୀତରେ ସାଣ୍ଟା ବେଶରେ ଥିବା ବ୍ୟକ୍ତିଙ୍କ ମଜାଦାର ଡାନ୍ସ କରିଛନ୍ତି । ଏହି ଭିଡିଓକୁ @nirmohi_hu ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ଅନେକ ୟୁଜର କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି, ‘ଆରେ ! ରାଜସ୍ଥାନୀ ସାଣ୍ଟା’ । ଅନ୍ୟ ଜଣେ ଲେଖିଛନ୍ତି, ‘ସାଣ୍ଟାକୁ ବିହାର ପଠାଅ’ । ‘ସାଣ୍ଟା ପୁରା ମାହୋଲ ଜମେଇଛି’ ।