LPG, Pensionରୁ କୃଷକଙ୍କ Loan… ଜାନୁୟାରୀ ପହିଲାରୁ ବଦଳିଯିବ ଏହିସବୁ ନିୟମ

ଓଡ଼ିଶା ଭାସ୍କର: ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ଜାନୁୟାରୀ ପହିଲାରୁ ଅନେକ କିଛି ଜିନିଷ ବଦଳିଯିବ । ବର୍ଷ, ମାସ, ତାରିଖ ଇତ୍ୟାଦି ବଦଳିବା ସହ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହେବ । ଜାନୁୟାରୀ ପହିଲାରୁ ଅନେକ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହାର ପ୍ରଭାବ ପ୍ରତି ଘରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ । ଏହିସବୁ ପରିବର୍ତ୍ତନରେ ଏଲପିଜି ସିଲିଣ୍ଡର ମୂଲ୍ୟରୁ ଆରମ୍ଭ କରି ୟୁପିଆଇ ପେମେଣ୍ଟ ପର୍ଯ୍ୟନ୍ତ ଅନେକ ନିୟମ ସାମିଲ ରହିଛି । ନୂଆବର୍ଷରୁ ନୂଆ ନିୟମକୁ ନେଇ ଚାଲିବ ସାରା ଦେଶ ।

ପ୍ରତ୍ୟେକ ମାସ ଭାରତରେ ଅର୍ଥନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ପରୀପ୍ରେକ୍ଷୀରେ ଜାନୁୟାରୀ ପହିଲାମରେ ମଧ୍ୟ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ସବୁଠୁ ଶୀର୍ଷରେ ରହିଛି ଏଲପିଜି ସିଲିଣ୍ଡର ଦାମ୍ । ଏହାସହିତ ବିମାନ ଇନ୍ଧନ ଦାମ୍ ମଧ୍ୟ ସଂଶୋଧନ ହୋଇପାରେ । ପ୍ରତିମାସ ପ୍ରଥମ ଦିନରେ ଅଏଲ ମାର୍କେଟିଙ୍ଗ କମ୍ପାନୀ ଏଭଳି ପରିବର୍ତ୍ତନ କରିଥାଏ ।

  • LPG ମୂଲ୍ୟ: ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ଦିନ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରିଥାଏ । ଅଗଷ୍ଟ ୧ ତାରିଖରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଗତ କିଛି ମାସରେ ୧୯ କେ.ଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ପରିବର୍ତ୍ତନ କରାଯାଇଛି । କିନ୍ତୁ ୧୪ କେ.ଜି ଘରୋଇ ଗ୍ୟାସ ସିଲିଣ୍ଡର ଦୀର୍ଘ ସମୟ ପର୍ୟ୍ୟନ୍ତ ସ୍ଥିର ରହିଛି । ତେବେ ଲୋକସଭା ନିର୍ବାଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ଏହି ମୂଲ୍ୟ ହ୍ରାସ ଦେଖିବାକୁ ମିଳିପାରେ ।
  • EPFOର ନୂଆ ନିୟମ: ନୂଆବର୍ଷ ଜାନୁୟାରୀ ୧ ତାରିଖରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ଦ୍ୱାରା ପେନସନ ହିତାଧିକାରୀ ମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯିବ । ଏହା ସେମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରେ । ଏହି ପରିବର୍ତ୍ତନରେ ଏବେ ପେନସନଧାରୀ ନିଜ ପେନସନ ଟଙ୍କା ଦେଶର ଯେକୌଣସି ବ୍ୟାଙ୍କରୁ ଉଠାଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଭେରିଫିକେସନର ଆବଶ୍ୟକତା ନାହିଁ ।
  • UPI 123Pay: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଫିଚର ଫୋନରୁ ଅନଲାଇନ୍ ପେମେଣ୍ଟ ସୁବିଧା ଯୋଗାଇ ଦେବା ପାଇଁ UPI 123Pay ଆରମ୍ଭ କରାଯାଇଥିଲା । ଏହାର ଟ୍ରାଞ୍ଜାକ୍ସନ ଲିମିଟକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜାନୁୟାରୀ ୧ ତାରିଖରୁ ଲାଗୁ ହେବାକୁ ଥିବା ଏହି ନିୟମରେ ୟୁଜର୍ସ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍ ପେମେଣ୍ଟ କରିପାରିବେ । ଏହାପୂର୍ବରୁ ଏହି ଆମାଉଣ୍ଟ ୫,୦୦୦ ଟଙ୍କା ରହିଥିଲା ।
  • କୃଷକଙ୍କୁ ଲୋନ୍: ଆସନ୍ତା ଜାନୁୟାରୀ ପହିଲାରୁ କୃଷକଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର ପ୍ରଦାନ କରିବେ ସରକାର । ବର୍ଷର ପ୍ରଥମ ଦିନରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା କୃଷକଙ୍କ ବିନା କୌଣସି ବନ୍ଧକରେ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ମିଳିପାରିବ । କିଛି ଦିନ ପୂର୍ବରୁ ଏ ନେଇ ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ।
  • ସେୟାର ମାର୍କେଟ: ସେନସେକ୍ସ, ସେନସେକ୍ସ-୫୦ ଏବଂ ବ୍ୟାଙ୍କେକ୍ସରୁ ମାସିକ ଏକ୍ସପାୟରୀରେ ପରିବର୍ତ୍ତନ କରିଛନ୍ତି । ଏଣିକି ଏହା ପ୍ରତି ମଙ୍ଗଳବାର ହେବ । ବର୍ତ୍ତମାନ ଏହା ପ୍ରତି ସପ୍ତାହରେ ଶୁକ୍ରବାର ନୁହେଁ, ମଙ୍ଗଳବାର ଦିନ ଅନୁଷ୍ଠିତ ହେବ । ଯେତେବେଳେ ତ୍ରୈମାସିକ ଏବଂ ଅଧା ବାର୍ଷିକ ଚୁକ୍ତିନାମା ଶେଷ ମଙ୍ଗଳବାରରେ ସମାପ୍ତ ହେବ । ଅନ୍ୟପକ୍ଷରେ, NSE ୫୦ ମାସିକ ଚୁକ୍ତି ପାଇଁ NSE ଇଣ୍ଡେକ୍ସ ଗୁରୁବାର ସ୍ଥିର କରିଛି ।