ନୂଆଦିଲ୍ଲୀ: ପୁରୁଣା ବା ସେକେଣ୍ଡହ୍ୟାଣ୍ଡ ଗାଡି କିଣିବା ନେଇ ଯୋଜନା କରୁଥିଲେ ଆପଣଙ୍କ ପାଇଁ ଦୁଃଖଦ ଖବର । ବ୍ୟବହୃତ କାର ବିକ୍ରି ଉପରେ ଜିଏସଟି ପରିଷଦ 18 ପ୍ରତିଶତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଜିଏସଟି ପରିଷଦ ଏହାର ୫୫ତମ ବୈଠକରେ ସେକେଣ୍ଡ ହ୍ୟାଣ୍ଡ କାର ଉପରେ ଟିକସକୁ ୧୨% ରୁ ୧୮% କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପରିଷଦର ନୂତନ ହାର କେବଳ ପୁରୁଣା ଯାନ ସେକ୍ଟରରେ କାର୍ଯ୍ୟ କରୁଥିବା କମ୍ପାନୀ କିମ୍ବା ଡିଲରଙ୍କ ଦ୍ୱାରା କିଣାଯାଇଥିବା ଯାନ ଉପରେ ପ୍ରଯୁଜ୍ୟ ହେବା ନେଇ କୁହାଯାଇଛି । ଏହି ଘୋଷଣା ପରେ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି । ଏହାର ଅର୍ଥ ବର୍ତ୍ତମାନ ବିକ୍ରେତାଙ୍କୁ ଏକ ପୁରୁଣା ଗାଡି ବିକ୍ରିରେ ମାର୍ଜିନରେ ଜିଏସ୍ଟି ଦେବାକୁ ପଡିବ । ଏହାର ଅର୍ଥ ଆପଣ କୌଣସି ଶୋ ରୁମ୍ କିମ୍ବା ପ୍ରତିଷ୍ଠାନରୁ କିଣୁଛନ୍ତି ତେବେ ଆପଣଙ୍କୁ 18 ପ୍ରତିଶତ ଜିଏସଟି ଦେବାକୁ ହେବ । ଏହା ଇଲେକ୍ଚ୍ରି କାର ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି କୁହାଯାଇଛି ।
ଯଦି କୌଣସି ବ୍ୟକ୍ତି ନିଜର ସେକେଣ୍ଡ ହ୍ୟାଣ୍ଡ ଗାଡି ବିକ୍ରି କରିବେ ତେବେ ଜିଏସଟି ଦେବାକୁ ପଡିବ ନାହିଁ । କିନ୍ତୁ ସେକେଣ୍ଡ ହ୍ୟାଣ୍ଡ ଗାଡି କିଣିବା ଉପରେ ଜିଏସଟି ଦେବାକୁ ପଡିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜାନୁୟାରୀ ୧, ୨୦୨୫ଠାରୁ ଏକ ନୂତନ କାର କିଣିବା ମଧ୍ୟ ମହଙ୍ଗା ହେବ । ସେହିପରି ସିଧାସଳଖ କାହାଠାରୁ ପୁରୁଣା କାର କିଣନ୍ତି, ତେବେ ଆପଣଙ୍କୁ ୧୮% ଜିଏସ୍ଟି ବଦଳରେ କେବଳ ୧୨% ଟିକସ ଦେବାକୁ ହେବ ।