fbpx

ଅଭିନେତା ଅନୁପମ ଖେରଙ୍କ ପରିବାର ସଦସ୍ୟଙ୍କୁ କରୋନା

ନୂଆଦିଲ୍ଲୀ, ୧୨ା୭: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା କବଳରୁ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ଅଭିନେତା ଅନୁପମ ଖେରଙ୍କ ପରିବାର ସଦସ୍ୟଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁପମଙ୍କ ମା, ଭାଇ, ଭାଉଜ ଓ ଭାଣିଜୀଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ଅନୁପମ ଖେର । ସେହିପରି ଗତକାଲି ବିଗ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ମଧ୍ୟ କରୋନା ରିପୋର୍ଟ ପଜିଟିଭ ଆସିଛି ।

Get real time updates directly on you device, subscribe now.