ଭୁବନେଶ୍ବୟ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଜବତ ହେଲା 9 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ । ଜଣେ ମହିଳା ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଜବତ କରିଛି । ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି ଆଣୁଥିଲେ ମହିଳା । ସଂପୃକ୍ତ ମହିଳାଙ୍କୁ ଗିରଫ କରିବା ସହ କଷ୍ଟମ ବିଭାଗ ତଦନ୍ତ ଆରମ୍ଭ କରିଛି ।
ତେବେ ଜବତ ଗଞ୍ଜେଇର ଓଜନ 9 କୋଜି ହେବା ନେଇ ସୂଚନା ରହିଛି । ଭୁବନେଶ୍ବର କଷ୍ଟମ୍ସ କମିସନରେଟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କ୍ବାଲାଲୁମ୍ପୁରରୁ ଫେରୁଥିବା ବେଳେ ମହିଳା ଯାତ୍ରୀଙ୍କୁ ନେଇ ସନ୍ଦେହ ଦେଖାଯାଇଥିଲା । ଏହାପରେ କଷ୍ଟମ ବିଭାଗ ପକ୍ଷରୁ ଚେକିଂ କରାଯାଇଥିଲା । ସେତେବେଳେ ୧୯ଟି ପ୍ୟାକେଟ୍ ଜବତ କରାଯାଇଥିଲା । ଉକ୍ତ ପ୍ୟାକେଟ ଗୁଡ଼ିକରୁ ମିଳିଥିବା ସାମଗ୍ରୀର ପରୀକ୍ଷାରୁ ତାହା ହାଇଡ୍ରୋପୋନିକ୍ ଗଞ୍ଜେଇ ବୋଲି ଜଣାପଡ଼ିଥିଲା ।