ଭୁବନେଶ୍ବର: ଯୌନପିପାସୁ ବାପା ନାବଳିକା ଝିଅକୁ ଡରାଇ ଧମକାଇ ବାରମ୍ବାର ବଳାତ୍କାର କଲା। ଥରେ କି ଦୁଇଥର ନୁହେଁ, ୪ ମାସ ଧରି ବଳାତ୍କାର କରି ଚାଲିଲା। ଯୌନ ନିର୍ଯତନା ଅସହ୍ୟ ହେବାରୁ ଝିଅ ସାହାସ ଜୁଟାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ କାମାନ୍ଧ ବାପକୁ ବାନ୍ଧି ଜେଲ୍ ପଠାଇଲା। କୋର୍ଟରେ ବାପାଙ୍କ ବିରୋଧରେ ଝିଅ ସାକ୍ଷୀ ବି ଦେଲା। ହେଲେ ଲୋକଲଜ୍ଜା ସହି ନପାରି ପୀଡ଼ିତା ଶେଷରେ ଜୀବନ ହାରି ଦେଇଥିଲେ। ଏଭଳି ଏକ ସ୍ପର୍ଶକାତର ମାମଲାର ରାୟ ପ୍ରକାଶ ପାଇଛି। ଭୁବନେଶ୍ଵର ଫାଷ୍ଟଟ୍ରକ୍ ପୋକ୍ସୋ କୋର୍ଟ-୧ର ବିଚାରପତି ସରୋଜ କୁମାର ସାହୁ ଅଭିଯୁକ୍ତ ସକିଳ ଟୁଡୁ(୪୫)ଙ୍କୁ କରିଥିଲେ ପୀଡ଼ିତା ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
ମାମଲାରୁ ପ୍ରକାଶ, ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳର ସକିଳ ଟୁଡୁ ସ୍ତ୍ରୀ, ୨ ପୁଅ ଓ ଝିଅ ସହ ସହିଦନଗର ଥାନା ଅନ୍ତର୍ଗତ ଏକ ବସ୍ତିରେ ରହୁଥିଲେ। ଝିଅ ୧୬ ବର୍ଷର ହେବାପରେ ତା’ଉପରେ ସକିଳଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା । କାମାନ୍ଧ ସକିଳ ନାବଳିକା ଝିଅକୁ ବଳାହାର କଲେ। ଦୀର୍ଘ ୪ ମାସ ପର୍ଯ୍ୟନ୍ତ ସେ ଡରାଇ ଧମକାଇ ଝିଅକୁ ବଳାତ୍କାର କରି ଚାଲିଥିଲେ। ଝିଅ ପ୍ରତିବାଦ କଲେ ତାକୁ ମାଡ଼ ମାରୁଥିଲେ ।
ବାପାଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ସେ ମା’ଙ୍କୁ ଜଣାଇବା ସହ ୨୦୨୧ ଏପ୍ରିଲ ୯ରେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିଭିକରି ସହିଦନଗର ଥାନା ପୋଲିସ ଅଭିଯୁକ୍ତ ସକିଳ ଟୁଡୁଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ। ଏଥିସହ ନିର୍ଦ୍ଧାରିତ ସମୟ ପୂର୍ବରୁ କୋର୍ଟରେ ସକିଳଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ପୀଡ଼ିତା ସାକ୍ଷୀ ଦେବୀର ୬ ମାସ ପରେ ଲୋକଲଜ୍ଜା ସହି ନ ପାରି ଶେଷରେ ପୀଡ଼ିତା ଆତ୍ମହତ୍ୟା କରି ଦେଇଥିଲେ। ଉପରୋକ୍ତ ମାମଲାର ବିଚାର କରି ଅଦାଲତ ସକିଳଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି।