ମହିଳାଙ୍କ Figure ଉପରେ କହିବା ବି Sexual Harassment: ହୋଇପାରେ ଜେଲ୍, ଲାଗିବ ବିରାଟ ଦଫା
ମହିଳାଙ୍କ Body Structure ନେଇ କିଛି କହିବା ବି ଦୋଷ: ସେକ୍ସୁଆଲ ହାରାସମେଣ୍ଟରେ ଫସିବେ ଆପଣ
ନୂଆଦିଲ୍ଲୀ: କୌଣସି ମହିଳାଙ୍କୁ ସେମାନଙ୍କ ବଡି ଷ୍ଟ୍ରକଚର ବା ଫିଗରକୁ ନେଇ ଆପଣ ଦେଇ ପାରିବେନି କିଛି ବି ଟିପ୍ପଣୀ । ଏଣିକି ଝିଅମାନଙ୍କୁ ସୁନ୍ଦର ଏବଂ ପ୍ରଶଂସା କରିବା ବି ଆପଣଙ୍କୁ ଜେଲ ପଠାଇପାରେ ।
କୌଣସି ମହିଳାଙ୍କୁ ତାଙ୍କ ଫିଗର ଭଲ ବୋଲି କହିବା ମଧ୍ୟ ଯୌନ ନିର୍ଯ୍ୟାତନାର ଅନ୍ତର୍ଭୁକ୍ତ ହୋଇପାରେ । ଏ ନେଇ ଉଚ୍ଚ ନ୍ୟାୟାଳୟ ଏକ ବଡ଼ ଶୁଣାଣୀ କରିଛନ୍ତି । ଏଣିକି ପୁଅମାନଙ୍କୁ ଆହୁରି ସାବଧାନ ରହିବାକୁ ପଡ଼ିବ ।
କୁହନ୍ତୁନି ଏହି କଥା: କୌଣସି ପୁରୁଷ ଯଦି ଜଣେ ମହିଳାଙ୍କ ଶାରୀରିକ ଗଢଣୀ ବା ତାଙ୍କ ଫିଗରକୁ ନେଇ କିଛି ଟିପ୍ପଣୀ ଦେଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏହି ଘଟଣାକୁ ଯୌନ ନିର୍ଯ୍ୟାତନା ମାମଲାର ଅନ୍ତର୍ଭୁକ୍ତ କରାଯାଇପାରିବ ।
କୋର୍ଟରେ ବଡ଼ ଶୁଣାଣୀ: ଜଷ୍ଟିସ ଏ. ବଧାରୁଦ୍ଦିନ ଏକ ମାମଲାର ଶୁଣାଣୀ ସମୟରେ ଏପରି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, “ପୁରୁଷ ଜଣେ ମହିଳାଙ୍କୁ ଯୌନ ରଙ୍ଗର ମନ୍ତବ୍ୟ ଦେଇ ଯୌନ ଉତ୍ପୀଡ଼ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଜାଣନ୍ତୁ ପୂରା ମାମଲା: ୨୦୧୭ ମସିହାରେ କେରଳ ରାଜ୍ୟ ବିଦ୍ୟୁତ ବୋର୍ଡ ଲିମିଟେଡ (KSB) ର ପୂର୍ବତନ କର୍ମଚାରୀ ଜଣେ ମହିଳାଙ୍କୁ ତାଙ୍କ ଶରୀର ବିଷୟରେ ଯୌନ ରଙ୍ଗର ମନ୍ତବ୍ୟ ଦେବା ସହ ତାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ।
କାର୍ଯ୍ୟକ୍ଷେତ୍ରରେ ବାରମ୍ବାର ମହିଳାଙ୍କୁ ତାଙ୍କ ଫିଗର ଉପରେ କମେଣ୍ଟ କରିବା ସହ ମେସେଜ ପଠାଇବାରୁ ମହିଳା ଜଣକ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଲାଗିଲା ଏହି ଦଫା: ଅଭିଯୁକ୍ତ ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଛନ୍ତି ଯେ, ଏହି ଅଭିଯୋଗ ଧାରା ୩୫୪A (୧) (iv), ୫୦୯ ଆଇପିସି କିମ୍ବା KP ଆକ୍ଟର ଧାରା ୧୨୦ (o) ଅନୁଯାୟୀ ଅପରାଧ ନୁହେଁ। କାହାର ଶରୀର ଗଠନ ବିଷୟରେ ଟିପ୍ପଣୀକୁ ଯୌନ ନିର୍ଯ୍ୟାତନାର ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ ବୋଲି ସେ ଦାବି କରିଛନ୍ତି ।