ନୂଆ ରୂପରେ, ପୁଣି Release ହେବ ‘ରାମାୟଣ’… ଆସିବ ଅନେକ ପରିବର୍ତ୍ତନ

୩୨ ବର୍ଷ ପରେ ପରଦାକୁ ଆସିବ ପୁରୁଣା ‘ରାମାୟଣ’, ଖୁବଶୀଘ୍ର ରିଲିଜ ହେବ ଟ୍ରେଲର

ନୂଆଦିଲ୍ଲୀ: ରାମାୟଣ ଏବଂ ମହାଭାରତ ଭଳି ପୌରାଣିକ କାହାଣୀକୁ ନେଇ ଭାରତୀୟଙ୍କ ମନରେ ଅନେକ ଦୁର୍ବଳତା ରହିଛି । ଏହି ଭାବନାକୁ ସମ୍ମାନ ଦେଇ ୩୨ ବର୍ଷ ପରେ ପୁଣିଥରେ ପରଦାରେ ରିଲିଜ ହେବାକୁ ଯାଉଛି ‘ରାମାୟଣ’ ।

୧୯୯୩ ମସିହାରେ ରିଲିଜ ହୋଇଥିବା ଜାପାନୀ-ଇଣ୍ଡିଆନ୍ ଆନିମେଟେଡ ଫିଲ୍ମ ‘ରାମାୟଣ- ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ ସୁପରହିଟ ହୋଇଥିଲା । ରାମାୟଣ କାହାଣୀକୁ କାର୍ଟୁନ ଅବତାରରେ ବେଶ୍ ପସନ୍ଦ କରିଥିଲେ ଦର୍ଶକ ।

ନୂଆ ରୂପରେ ଫେରୁଛି ରାମାୟଣ: ଆସନ୍ତା ଜାନୁୟାରୀ ୨୪ ତାରିଖରେ ଏହାକୁ ହିନ୍ଦୀ ସମେତ ତାମିଲ, ଇଂରାଜୀ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯିବ । ଭେଟେରାନ୍ ନିର୍ଦ୍ଦେଶକ ଏସ.ଏସ ରାଜାମୌଲୀଙ୍କ ପିତା ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମର ନୂଆ କ୍ରିଏଟିଭ ଅଡେପ୍ସନ ଉପରେ ନଜର ରଖିଛନ୍ତି ।

ହେବ ଏହି ପରିବର୍ତ୍ତନ: ପୂର୍ବ ଅପେକ୍ଷା ଅନେକ ପରିବର୍ତ୍ତନ ସହ ପରଦାକୁ ଫେରୁଛି ଆନିମେଟେଡ ରାମାୟଣ । ଏହାକୁ ‘୪କେ’ରେ ରିଲିଜ କରିବା ପାଇଁ ପ୍ଲାନ କରାଯାଉଛି । ଏହାସହିତ ଫିଲ୍ମର ଅଡିଓ ଏବଂ ଭିଡିଓ କ୍ୱାଲଟିରେ ମଧ୍ୟ ପରିବର୍ତ୍ତନ ଆସିବ ।

ଏହି ଦିନ ଫେରିବ ରାମାୟଣ: ‘ରାମାୟଣ- ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ର ରିଲିଜ ଡେଟ୍ ଘୋଷଣା କରିଛି ଗୀକ୍ ପିକଚର୍ସ । ଆସନ୍ତା ଜାନୁୟାରୀ ୧୦ ତାରିଖରେ ଏହାର ଟ୍ରେଲର ରିଲିଜ କରାଯିବ ।

ଗତ ଅକ୍ଟୋବର ୧୮ ତାରିଖରେ ଏହାକୁ ଥଏଟ୍ରିକାଲ ରିଲିଜ କରିବା ପାଇଁ ଯୋଜନା ହୋଇଥିବା ବେଳେ ଏହା ପରିବର୍ତ୍ତନ ହୋଇଥିଲା । ସାରା ଦେଶରେ ଏହାର କ୍ରେଜକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ରାବଣ ପଛରେ ଅମରୀଶ ପୁରୀ: ‘ରାମାୟଣ- ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ର ହିନ୍ଦୀ ଭର୍ସନରେ ରାମ ଚରିତ୍ର ପାଇଁ ଅରୁଣ ଗୋଭିଲ ଭଏସ ଓଭର କରିଥିଲେ । ଏହାବ୍ୟତୀତ ଅମରୀଶ ପୁରୀ ରାବଣ ଚରିତ୍ରକୁ ନିଜ ଭଏସ ଦେଇଥିଲେ ।

ଏହି ସିନେମାରେ ୟୁଗୋ ସାକୋ, ରାମ ମୋହନ ଏବଂ କୋଇଚି ସକାଇ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । କାହାଣୀ ଏବଂ ନାରେସନ୍ ଉପରେ ନଜର ରଖିଥିଲେ ଶତ୍ରୁଘ୍ନ ସିହ୍ନା ।

ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରକି ବର୍ତ୍ତମାନ ପୁଣିତରେ ଏହି ଫିଲ୍ମକୁ ରି-ରିଲଜ କରିବା ପାଇଁ ଯୋଜନା କରୁଛନ୍ତି ମେକର୍ସ । ତେବେ ଏହିସବୁ ପରିବର୍ତ୍ତନ ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବାକୁ ବାକି ରହିଲା ।