ନୂଆଦିଲ୍ଲୀ: ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍ ରେ ୪୦ ମୃତ, ୨୦ରୁ ଅଧିକ ଆହତ। ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ ମିଆଁମାର ସେନା ଏକ ଗାଁ ଉପରେ ଏୟାର ଷ୍ଟ୍ରାଇକ୍।
ଯେଉଁଥିରେ ପାଖାପାଖି ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅତି କମରେ ୨୦ ଜଣ ଆହତ ହୋଇଥିଲେ। ଆକ୍ରମଣ ପରେ ଅନେକ ଘରେ ନିଆଁ ଲାଗିଯିବାରୁ ଶହ ଶହ ଘର ପୋଡ଼ି ପାଉଁଶ ହୋଇଯାଇଛି।
An army airstrike on a village in western Myanmar has killed at least 40 people, AP says quoting reports
— Press Trust of India (@PTI_News) January 9, 2025
ଆରାକାନ ସେନାର ନିୟନ୍ତ୍ରଣରେ ଥିବା ରାକିନ ରାଜ୍ୟର ରାମରୀ ଦ୍ୱୀପର କାୟାକ୍ ନି ମାଓ ଗ୍ରାମରେ ବୁଧବାର ଏହି ଆକ୍ରମଣ ହୋଇଥିଲା।
ତେବେ ଏହି ଆକ୍ରମଣ କୁ ନେଇ ସେନା ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ। ଇଣ୍ଟରନେଟ୍ ଓ ମୋବାଇଲ୍ ସେବା ବନ୍ଦ ରହିଥିବାରୁ ଗାଁରେ ସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଅପରାହ୍ନ ପ୍ରାୟ ୧ଟା ୨୦ ମିନିଟରେ ରାମରୀ ଦ୍ୱୀପରେ ଏକ ସାମରିକ ବିମାନ କିୟୁକ୍ ନି ମାଓ ରେ ବୋମା ମାଡ଼ କରିଛି, ଯେଉଁଥିରେ ନିଆଁ ଲାଗିଯାଇ ପାଖାପାଖି ୫୦୦ରୁ ଅଧିକ ଘର ଜଳି ଯାଇଛି।