CT-2025; ଗମ୍ଭୀରଙ୍କ ନଜରରେ ୩ କ୍ରିକେଟର… ICC ଟୁର୍ଣ୍ଣାମେଣ୍ଟରେ ମିଳିବନି ସୁଯୋଗ! ଆସିବେ ନୂଆ ଚେହେରା

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବାଦ୍ ପଡ଼ିବେ ୩ କ୍ରିକେଟର! ବଡ଼ ନିଷ୍ପତ୍ତି ନେବେ ଗୁରୁ ଗମ୍ଭୀର; ଶାମୀ, ରାହୁଲ, ଜାଡେଜାଙ୍କୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଆଇସିସିର ମେଗା ଇଭେଣ୍ଟ ପାଇଁ କୌଣସି ଦଳ ଘୋଷଣା ହୋଇନାହିଁ । ଏହାଭିତରେ ଟିମ ଇଣ୍ଡିଆର ସିଲେକ୍ସନକୁ ନେଇ ଚାଲିଛି ଚର୍ଚ୍ଚା ।

ଆଇସିସିର ଏହି ମେଗା ଇଭେଣ୍ଟରେ ଭାରତର ୩ ସୁପରଷ୍ଟାରଙ୍କୁ ଲାଗିପାରେ ଝଟକା । ଚମ୍ପିଆନ୍ସ ଟ୍ରଫିରୁ ଏହି ୩ ଜଣ ଖେଳାଳିଙ୍କୁ ବାଦ୍ ଦେଇପାରନ୍ତି ଗୁରୁ ଗମ୍ଭୀର । ଖରାପ ପ୍ରଦର୍ଶନ ଦଳରେ ତାଙ୍କ ସ୍ଥାନକୁ ବିପଦରେ ପକାଇଛି ।

କେ.ଏଲ ରାହୁଲ: ଚମ୍ପିଆନ୍ସ ଟ୍ରଫି ପାଇଁ ଦଳରେ କେ.ଏଲ ରାହୁଲଙ୍କ ଚୟନ ଉପରେ ଏବେ ବି ପ୍ରଶ୍ନବାଚୀ ରହିଛି । ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟର ଯଶସ୍ୱୀ ଜଏସ୍ୱାଲଙ୍କୁ ସୁଯୋଗ ଦେଇପାରେ ବୋର୍ଡ ।

ଟପ୍ ଅର୍ଡରରେ ଜଣେ ବାମହାତୀ ଖେଳାଳିଙ୍କ ଉପସ୍ଥିତି ଦଳକୁ ମଜବୁତ କରିପାରିବ । ତେଣୁ ଏଥିପାଇଁ ଯଶସ୍ୱୀ ଜଏସ୍ୱାଲଙ୍କୁ ଏଣ୍ଟ୍ରି ମିଳିପାରେ । ଏହାବ୍ୟତୀତ ୱିକେଟ କିପର ଭାବରେ ଋଷଭ ପନ୍ତ ଦଳ ପାଇଁ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ସଞ୍ଜୁ ସାମସନ ମଧ୍ୟ ତାଲିକାରେ ସାମିଲ ରହିଛନ୍ତି ।

ରବିନ୍ଦ୍ର ଜାଡେଜା: ସୀମିତ ଓଭର କ୍ରିକେଟରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମାନ୍ୟ ନିରାଶ କରିଛନ୍ତି । ତେଣୁ ତାଙ୍କୁ ଦଳରେ ସ୍ଥାନ ଦେବାକୁ ଦଳ ହୁଏତ କୁଣ୍ଠାବୋଧ କରିପାରେ ।

ଜାଡେଜାଙ୍କ ସ୍ଥାନରେ ଅକ୍ସର ପଟେଲ ଏବଂ ୱାଶିଂଟନ୍ ସୁନ୍ଦର ଦଳରେ ସ୍ଥାନ ପାଇପାରନ୍ତି । ଏହାବ୍ୟତୀତ କୁଳଦୀପ ଯାଦବଙ୍କ ଫିଟନେସ ଅନୁସାରେ ସେ ମଧ୍ୟ ଏହି ଦଳରେ କମବ୍ୟାକ କରିପାରନ୍ତି । ଏହାବ୍ୟତୀତ ରବି ବିଷ୍ଣୋଇ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦେଇପାରେ ବିସିସିଆଇ ।

ମହମ୍ମଦ ଶାମୀ: ଟିମ ଇଣ୍ଡିଆ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଚିନ୍ତାର କାରଣ ପାଲଟିଛି ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ଫିଟନେସ । ବିଜୟ ହଜାରେ ଟ୍ରଫିରେ କମବ୍ୟାକ କରି ଦମଦାର ପ୍ରଦର୍ଶନ କରିଥିବା ବେଳେ ପୁଣିଥରେ ଆହତ ସମସ୍ୟାର ସାମନା କରିଛନ୍ତି ଶାମୀ । ତେଣୁ ତାଙ୍କ ଚୟନ ଉପରେ ମଧ୍ୟ ଆଶଙ୍କା ଘେରି ରହିଛି ।

ଶାମୀ ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଫିଟ ରହିଲେ ତାଙ୍କୁ ଦଳରେ ସୁଯୋଗ ମିଳିବ । କାରଣ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ବର୍ତ୍ତମାନ ଆହତ ଅବସ୍ଥାରେ ରହି ଥିବାରୁ ତାଙ୍କ ବିକଳ୍ପ ଭାବରେ ଶାମୀଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିପାରେ ।