ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ପୂର୍ବ ରାୟ ଉପରେ ପୁନର୍ବିଚାର ଆବେଦନକୁ ଖାରଜ କଲେ
ପୂର୍ବ ରାୟ ଉପରେ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ଆଇନଗତ ମଞ୍ଜୁରୀ ଦେବାର କୌଣସି ସାମ୍ବିଧାନିକ ଆଧାର ନାହିଁ ବୋଲି କହିଛନ୍ତି ।
ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଇନଗତ ମାନ୍ୟତା ଦିଆଯାଇ ପାରିବ ନାହିଁ ସଫା ସଫା ମନା କରିଦେଇଛନ୍ତି । ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିଲେ ।
ଏହାକୁ ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି । ପ୍ରକାଶଥାଉକି, 2023ରେ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ ।
ସମଲିଙ୍ଗୀ ବିବାହରେ ନାହିଁ ଆଇନଗତ ସମସ୍ୟା- ପୂର୍ବରୁ ସୁପ୍ରିମକୋର୍ଟ ଐତିହାସିକ ରାୟରେ କହିଥିଲେ, ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ପୂର୍ବ ରାୟ ଉପରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ହେଲେ ଗୁରୁବାର ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ପୂର୍ବର ନିଷ୍ପତ୍ତି ଠିକ ରହିଥିଲା, ତେଣୁ ସେଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି ରିଭ୍ୟୁ ପିଟିସସନକୁ ଖାରଜ କରିଦେଇଛନ୍ତି । ବିଚାରପତି ବି.ଆର. ଗଭଇ, ସୂର୍ଯ୍ୟକାନ୍ତ, ବି.ଭି. ନାଗାରତ୍ନା, ପି.ଏସ. ନରସିଂହ ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାମ୍ବରରେ ଆବେଦନଗୁଡ଼ିକର ସମୀକ୍ଷା କରିଥିଲେ ।