BSNL ଦେଉଛି ଶସ୍ତା ରିଚାର୍ଜ ପ୍ଲାନ : Free Calling, ହାଇ ସ୍ପିଡ Data ସାଙ୍ଗକୁ ମିଳୁଛି ଅନେକ ସୁବିଧା
ମାଗଣା କଲିଂ, ହାଇ ସ୍ପିଡ୍ ଡାଟା.... ୨୦୦ରୁ ବି କମ୍ ଟଙ୍କାରେ ଦମଦାର ସୁବିଧା ଦେଉଛି
ଓଡ଼ିଶା ଭାସ୍କର: ସାରା ଦେଶରେ ଟେଲିକମ୍ କମ୍ପାନୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଜିଓ ଏବଂ ଏୟାରଟେଲ ଉଭୟ ବର୍ତ୍ତମାନ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଗ୍ରାହକଙ୍କ ଆକୃଷ୍ଟ କରିବାକୁ ଅଣ୍ଟା ଭିଡ଼ିଛି BSNL ।
ଶସ୍ତା ରିଚାର୍ଜ ପ୍ଲାନ ସହ ଦମଦାର ଅଫର ପ୍ରଦାନ କରି ଅଧିକରୁ ଅଧିକ ୟୁଜରଙ୍କୁ ନିଜ ନେଟୱର୍କ ସହ ଯୋଡ଼ିବା ପାଇଁ ପ୍ଲାନ କରୁଛି ସରକାରୀ ଟେଲିକମ୍ କମ୍ପାନୀ । ମହଙ୍ଗା ରିଚାର୍ଜ ପ୍ଲାନରୁ ବଞ୍ଚିବା ପାଇଁ ୟୁଜର ମଧ୍ୟ ବିଏସଏନଏଲ ପ୍ରତି ଆକୃଷ୍ଟ ହେଉଥିବା ଦେଖାଯାଉଛି ।
୧୦୭ ଟଙ୍କାରେ ଦମଦାର ପ୍ଲାନ: ବିଏସଏନଏଲର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ମାତ୍ର ୧୦୭ ଟଙ୍କାରେ ଉପଲବ୍ଧ ରହିଛି । ଏଥିରେ ୟୁଜରଙ୍କୁ ଇଣ୍ଟରନେଟ ଏବଂ ମାଗଣା କଲିଙ୍ଗ ସୁବିଧା ପ୍ରଦାନ କରାଯାଉଛି ।
ତେବେ ୫୦ ଦିନର ଭ୍ୟାଲିଡିଟି ସହ ଏହି ପ୍ଲାନରେ ୨୦୦ ମିନିଟ ଭଏସ କଲିଙ୍ଗ ଏବଂ 3G ଡାଟା ମିଳିପାରିବ । ଏହାବ୍ୟତୀତ ୫୦ ଦିନ ପାଇଁ BSNL Tunes ମଧ୍ୟ ପାଇବେ ଗ୍ରାହକ ।
୧୫୩ ଟଙ୍କାର ପ୍ଲାନ: ସରକାରୀ ଟେଲିକମ୍ କମ୍ପାନୀର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ ଭଏସ କଲିଙ୍ଗର ଫାଇଦା ମିଳିଥାଏ । ଏହି ପ୍ଲାନରେ ଭ୍ୟାଲିଡିଟି ୨୮ ଦିନ ରହିଛି ।
ଏହି ପ୍ଲାନରେ ୟୁଜର୍ସ ଯେକୌଣସି ନେଟୱର୍କକୁ ମାଗଣା କଲିଙ୍ଗ ସୁବିଧା ପାଇପାରିବେ । ଏହାସହିତ 1GB ହାଇ ସ୍ପିଡ ଡାଟା ଏବଂ ମାଗଣା ୧୦୦ SMS ମଧ୍ୟ ପ୍ରଦାନ କରୁଛି ଟେଲିକମ୍ କମ୍ପାନୀ । ଏହି ଡାଟା ଲିମିଟ୍ ଶେଷ ହେବା ପରେ ୟୁଜର ୪୦kbpsରେ ଇଣ୍ଟରନେଟର ମଜା ନେଇପାରିବେ ।
୧୯୯ ଟଙ୍କାର ପ୍ଲାନ: ବିଏସଏନଏଲର ଏହି ରିଚାର୍ଜ ପ୍ଲାନରେ ୟୁଜର ସମ୍ପୂର୍ଣ୍ଣ ୧ ମାସର ଭ୍ୟାଲିଡିଟି ପାଇପାରିବେ । ୟୁଜର ଏଥିରେ ମାଗଣା କଲିଙ୍ଗ ସହ 2GB ହାଇ ସ୍ପିଡ ଡାଟା ଉପଭୋଗ କରିପାରିବେ । ଏହାବ୍ୟତୀତ ୧୦୦ଟି ମାଗଣା SMS ସୁବିଧା ମଧ୍ୟ ପାଇବେ ୟୁଜର ।
୨ଜିବି ଡାଟା ଶେଷ ହେବା ପରେ ଡାଟା ସ୍ପିଡ ୮୦kbpsରେ ଇଣ୍ଟରନେଟ ବ୍ୟବହାର କରିପାରିବେ ୟୁଜର । ଅର୍ତାତ୍ ଏହି ପ୍ଲାନରେ ୟୁଜର ଅନଲିମିଟେଡ କଲିଙ୍ଗ ସହ ମୋଟ ୬୦ GB ଡାଟା ଏବଂ ୧୦୦ ମାଗଣା SMS ପାଇପାରିବେ ।