ପଞ୍ଜାବ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍ ବିଧାୟକ। ପଶ୍ଚିମ ଲୁଧିଆନାର ଆପ୍ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ। ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର।
ଭୁଲ୍ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକଙ୍କ ସୂଚନା। ଗୁରୁପ୍ରୀତଙ୍କ ମୁଣ୍ଡରେ ବାଜିଛି ଗୁଳି, କାହିଁକି ଗୁଳି ଫୁଟାଇଲେ ଅସ୍ପଷ୍ଟ। ଗୁରୁତର ଅବସ୍ଥାରେ ତାଙ୍କୁ ଡିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତରଙ୍କ ଟିମ୍ ଡିଏମ୍ ସିର ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିଲେ ମଧ୍ୟ ଶତଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ଗୋଗି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରି ନିଜ କୋଠରୀରେ ରାତ୍ରୀ ଭୋଜନ କରୁଥିଲେ। ଏହି ସମୟରେ ଗୁଳି ବିନିମୟ ଶବ୍ଦ ଶୁଣିବାକୁ ମିଳିଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଲୁଧିଆନା ପୁଲିସ କମିସନର କୁଲଦୀପ ଚହଲ ଡିଏମସି ହସ୍ପିଟାଲରେ ପହଞ୍ଚିଥିଲେ। ଡିସିପି ଶୁଭମ ଅଗ୍ରୱାଲ, ଏଡିସିପି ରମଣଦୀପ ଭୁଲର, ଏସିପି ଆକରଶୀ ଜୈନ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।