ପୁରାତନ କାଳରେ ଗର୍ଭବତୀ ନ ହେବା ପାଇଁ କ’ଣ କରୁଥିଲେ ମହିଳା, ଜାଣନ୍ତୁ
ପ୍ରାଚୀନ କାଳରେ ଗର୍ଭବତୀ ନହେବାକୁ ମହିଳାମାନେ କରୁଥିଲେ ଏହି କାମ, ପିଉଥିଲେ ଏହି ଜିନିଷ, ଜାଣନ୍ତୁ ସଂପୂର୍ଣ୍ଣ ଡିଟେଲ୍ସ
ଓଡ଼ିଶା ଭାସ୍କର: ପିଲା ନହେବା ପାଇଁ ଆଜିକାଲି ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଅନେକ ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି, ପ୍ରାଚୀନ କାଳରେ ଅଶ୍ଚର୍ଯ୍ୟଜନକ ଭାବେ ବାର୍ଥ କଣ୍ଟ୍ରୋଲ କରୁଥିଲେ ପୁରାତନ ଯୁଗର ମହିଳା । ଆପଣ ଏହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା..
କିପରି କରୁଥିଲେ ବାର୍ଥ କଣ୍ଟ୍ରୋଲ: ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଜଣାପଡେ ଯେ, ଖ୍ରୀଷ୍ଟପୂର୍ବ ୧୮୫୦ ସମୟରେ ଇଜିପ୍ଟର ମହିଳାମାନେ ଶୁକ୍ରାଣୁମାନଙ୍କୁ ମାରି ଗର୍ଭାଧାନ ରୋକିବା ଲାଗି ଯୌନାଙ୍ଗରେ କୁମ୍ଭୀରର ମଳ, ମହୁ ଏବଂ ଖାଇବା ସୋଡାକୁ ବାନ୍ଧି ଭର୍ତ୍ତି କରାଇଥାନ୍ତି।
ମାନ୍ୟତା ଅନୁଯାୟୀ, ଏଥିରେ ଶୁକ୍ରାଣୁମାନଙ୍କୁ ଭିତରକୁ ଯିବାକୁ ଏବଂ ଏହାକୁ ନ ବଢାଇବାରେ ସାହାଯ୍ୟ କରିଥାଏ ।
ପିଉଥିଲେ ଏହି ଜିନିଷ: ମଧ୍ୟବର୍ତ୍ତୀକାଳୀନ ସମୟରେ ମାନ୍ୟତା ଥିଲା ଯେ, ଯଦି ମହିଳାଙ୍କ ଜଙ୍ଘରେ ଗୁଣ୍ଡୁଚିମୂଷାର ଅଣ୍ଡାଶୟ ଏବଂ ଏକ ହାଡ଼ ବନ୍ଧା ଯାଏ ତେବେ ଏହା ମହିଳାଙ୍କୁ ଗର୍ଭବତୀ କରାଇନଥାଏ ।
ଗର୍ଭଧାରଣକୁ ରୋକିବା ଲାଗି ସବୁଠୁ ଭୟଙ୍କର ଉପାୟଗୁଡ଼ିକରେ ସାମିଲ ରହିଛି ଲେଡ ଏବଂ ମର୍କରରେ ତିଆରି ମିଶ୍ରଣକୁ ମହିଳାମାନଙ୍କୁ ପିଆଯାଇଥାଏ । ଏହି ମିଶ୍ରଣକୁ ସର୍ବପ୍ରଥମେ ଚୀନରେ ବ୍ୟବହାର କରାଯାଇଥିଲା ।