ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୧୦ଟି ଜିଲ୍ଲାକୁ ନେଇ ବଡ଼ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାରେ ରାସ୍ତାଘାଟ କୁହୁଡ଼ି ଯୋଗୁଁ ଅଦୃଶ୍ୟ ଭଳି ହୋଇଯିବାର ସମ୍ଭାବନା ରହିଛି ।
କ’ଣ କହୁଛି ପାଣିପାଗ ବିଭାଗ: ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଛାୟା ଘେରି ରହିବ ବୋଲି ସମ୍ଭାବନା ରହିଛି । ଏଥିପାଇଁ ମୋଟ ୧୦ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ଏହିସବୁ ଜିଲ୍ଲାରେ ହେବ କୁହୁଡ଼ି: ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ ଇତ୍ୟାଦିରେ ଘନକୁହୁଡ଼ି ଦେକିବାକୁ ମିଳିପାରେ । ଏହାବ୍ୟତୀତ ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରୁହନ୍ତୁ ସତର୍କ: ତେଣୁ ବାହାରକୁ ବାହାରିବା ସମୟରେ ସର୍ବଦା ସତର୍କ ରହିବା ପାଇଁ କୁହାଯାଇଛି । ବିଶେଷ କରି ସକାଳ ସମୟରେ ଏହି ଘନକୁହୁଡ଼ି ବିପଦର କାରଣ ପାଲଟିପାରେ ।