ମୋବାଇଲ ପାଇଁ ମାସକୁ ହାରାହାରି କେତେ ତାଙ୍କ ଖର୍ଚ୍ଚ କରୁଛନ୍ତି ଓଡ଼ିଶା ଲୋକେ ?
୨୦୨୩ ସେପ୍ଟେମ୍ବର ୩୦ରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୭ ହଜାର ୭୩୮ ରହିଥିଲା ବେଳେ ୨୦୨୪ ଜୁନ ୩୦ ସୁଦ୍ଧା ରାଜ୍ୟର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୧ ହଜାର ୬୧୫ ରହିଥିଲା।
ଭୁବନେଶ୍ଵର: ୨୦୨୪ ଜୁନ ୩୦ ସୁଦ୍ଧା ରାଜ୍ୟର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୧ ହଜାର ୬୧୫ ରହିଥିଲା ବେଳେ ବଢୁଥିବା ରିଚାର୍ଜ ଶୁଳ୍କକୁ ନେଇ ଚିନ୍ତାରେ ଅଛନ୍ତି। ଓଡ଼ିଶାରେ ଏବେ ମୋବାଇଲ ଗ୍ରାହକମାନେ ମାସକୁ ହାରାହାରି ୧୬୪ ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ପ୍ରକାଶିତ ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସ ଟ୍ରାଇ ରିପୋର୍ଟରୁ ଏହା ଜଣାଯାଇଛି। ଏଥିରୁ ସୂଚନା ମିଳିଛି ଯେ ରାଜ୍ୟରେ ଜୁଲାଇ-ସେପ୍ଟେମ୍ବର ଅବଧିରେ ମୋବାଇଲ ଫୋନ ବ୍ୟବହାରକାରୀ ପିଛା ହାରାହାରି ରାଜସ୍ବ (ଏଆର୍ପିୟୁ) ୧୬୪ ଟଙ୍କାକୁ ବୃଦ୍ଧି ପାଇଛି।
୨୦୨୩ ବର୍ଷର ସମାନ ଅବଧିରେ ଏହା ୧୪୩ ଟଙ୍କା ରହିଥିବାବେଳେ ୨୦୨୪ ଏପ୍ରିଲ-ଜୁନ୍ ତ୍ରୟମାସରେ ୧୫୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଘରୋଇ ମୋବାଇଲ ଫୋନ ସେବା ପ୍ରଦାନକାରୀମା ମାନେ ଜୁଲାଇ ମାସରେ ୧୧ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଥିଲେ। ଏହାର ପ୍ରଭାବରେ ରାଜ୍ୟରେ ମୋବାଇଲ ବ୍ୟବହାରକାରୀ ପିଛା ହାରାହାରି ରାଜସ୍ବରେ ବୃଦ୍ଧି ଘଟିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏପ୍ରିଲ-ଜୁନ ତ୍ରୟମାସ ତୁଳନାରେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଏଆର୍ପିୟୁରେ ୧୦ ଟଙ୍କା ବୃଦ୍ଧି ଘଟିଛି। ୨୦୨୩ର ଜୁଲାଇ-ସେପ୍ଟେମ୍ବର ଅବଧି ସହ ତୁଳନା କଲେ ଏଆର୍ପିୟୁରେ ୨୧ ଟଙ୍କାର ବୃଦ୍ଧି ହୋଇଛି। କିନ୍ତୁ ଜାତୀୟ ସ୍ତର ତୁଳନାରେ ଓଡ଼ିଶାରେ ଏଆର୍ପିୟୁ କମ୍ ରହିଛି। ଜାତୀୟସ୍ତରରେ ଟେଲିକମ୍ କମ୍ପାନିଙ୍କ ଏଆର୍ପିୟୁ ୧୭୯ ଟଙ୍କା ରହିଛି। ତେଣୁ ଜାତୀୟସ୍ତର ତୁଳନାରେ ଓଡ଼ିଶାରେ ଏହା ୧୫ ଟଙ୍କା କମ୍ ରହିଛି ।
ଟ୍ରାଇ ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ୩ କୋଟି ୪୦ ଲକ୍ଷ ୮୦ ହଜାର ୬୨୬ ଜଣ ମୋବାଇଳ ଗ୍ରାହକ ରହିଛନ୍ତି। ୨୦୨୩ ସେପ୍ଟେମ୍ବର ୩୦ରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୭ ହଜାର ୭୩୮ ରହିଥିଲା ବେଳେ ୨୦୨୪ ଜୁନ ୩୦ ସୁଦ୍ଧା ରାଜ୍ୟର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୧ ହଜାର ୬୧୫ ରହିଥିଲା।
୨୦୨୪ ୨୦ ଜୁନ ତୁଳନାରେ ସେପ୍ଟେମ୍ବରରେ ମୋବାଇଲ ଗ୍ରାହକ ସଂଖ୍ୟା ୯୦ ହଜାରରୁ ଅଧିକ ହ୍ରାସ ପାଇଛି। ଏହା ମଧ୍ୟ ମୋବାଇଲ ଫୋନ ଶୁଳ୍କ ବୃଦ୍ଧିର କାରଣ ବୋଲି କୁହାଯାଉଛି ରାଜ୍ୟର ମୋଟ ମୋବାଇଲ ଫୋନ ଗ୍ରାହକ ଓ ସେମାନଙ୍କ ମୁଣ୍ଡପିଛା ହାରାହାରି ରାଜସ୍ବକୁ ବିଚାରକୁ ନେଲେ ଟେଲିଫୋନ କମ୍ପାନିଗୁଡ଼ିକ ୨୦୨୪ ସେପ୍ଟେମ୍ବରରେ ଏ ବାବଦରେ ମୋଟ ପ୍ରାୟ ୫୫୮ କୋଟି ୯୨ ଲକ୍ଷ ରାଜସ୍ବ ପାଇଛନ୍ତି ପାଇଛନ୍ତି ।
୨୦୨୪ ଜୁନ ବେଳକୁ ସେମାନଙ୍କ ମାସିକ ରାଜସ୍ବ ୫୨୬ କୋଟି ୨୪ ୨୪ ଲକ୍ଷ ଟଙ୍କା ଏବଂ ୨୦୨୩ ସେପ୍ଟେମ୍ବର ବେଳକୁ ୪୭୪ କୋଟି ୮୭ ଲକ୍ଷ ଟଙ୍କା ରହିଥିଲା । ୨୦୨୩ ସେପ୍ଟେମ୍ବର ତୁଳନାରେ ୨୦୨୪ ସେପ୍ଟେମ୍ବରରେ ମୋବାଇଲ ସେବା ପ୍ରଦାନକାରୀଙ୍କ ରାଜସ୍ବ ଓଡ଼ିଶାରେ ପାଖାପାଖି ଖାପାଖି ୮୪ କୋଟି ଟଙ୍କା ବୃଦ୍ଧି ପାଇଛି।