କଠୋର ହେବ ଗୃହ ଋଣ ନିୟମ: ‘କୋଠା ନିର୍ମାଣ ଯାଞ୍ଚ ନ କରି ଋଣ ଦେଇ ପାରିବେନି ବ୍ୟାଙ୍କ’

ନୂଆଦିଲ୍ଲୀ: କୌଣସି କୋଠାକୁ ପ୍ରଦାନ କରାଯାଇଥିବା ନିର୍ମାଣ/ ଦଖଲ ପ୍ରମାଣପତ୍ର ଯାଞ୍ଚ ନ କରି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିପାରିବେ ନାହିଁ। ଏଥିସହ ଏପରି ପ୍ରମାଣପତ୍ର ପ୍ରଦାନ କରିବା ପରେ ହିଁ ସେବା ପ୍ରଦାନକାରୀ ସମ୍ପୃକ୍ତ କୋଠାକୁ ବିଦ୍ୟୁତ୍‌, ପାଣି ଏବଂ ସ୍ପେରେଜ୍ ସଂଯୋଗ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

କେତେକ କ୍ଷେତ୍ରରେ ହୋଇପାରିବନି ବିଦ୍ୟୁତ୍, ପାଣି, ସ୍ୱେରେଜ୍ ସଂଯୋଗ ନିୟମ ଉଲଂଘନ କରି ବା କୋଠାର ଯୋଜନା (ପ୍ଲାନିଂ) କୁ ପରିବର୍ତ୍ତନ କରି ନିର୍ମାଣ କରାଯାଉଛି। ଫଳରେ ଭବିଷ୍ୟତରେ ଏହା ଜ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ କୋଠା ଯୋଜନା ଅନୁପାଳନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ହିଁ ଏହାକୁ ପ୍ରମାଣପତ୍ର ଦେବା ଉଚିତ ବୋଲି ନ୍ଯାୟାଳୟ ପ୍ରକାଶ କରିଛନ୍ତି ।

ଏଥିସହ ନିୟମ ଉଲ୍ଲଙ୍ଘନ କରି ନିର୍ମାଣ କରାଯାଇଥିବା କୋଠାକୁ ସରକାରୀ ପ୍ରମାଣପତ୍ର ପ୍ରଦାନ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ସପ୍ତାହରେ ମେରଠର ଏକ ମାମଲାର ବିଚାର ସମୟରେ ନ୍ୟାୟାଳୟ ରାୟ ଦେଇଛନ୍ତି।

ଅବୈଧ ନିର୍ମାଣ ଯାଞ୍ଚ କରିବା ପାଇଁ ‘ବୃହତ୍ତର ଜନସ୍ବାର୍ଥରେ’ ସର୍ବଭାରତୀୟ ମାର୍ଗଦର୍ଶିକା ଜାରି କରି ବିଚାରପତି ଜେ. ବି. ପରିଦୱାଲା ଏବଂ ବିଚାରପତି ଆର. ମାଧବନଙ୍କ ପୀଠ କହିଛନ୍ତି, “ଆବାସିକ କିମ୍ବା ବାଣିଜ୍ୟିକ କୋଠା ହେଉ, କୌଣସି ଅନଧିକୃତ କୋଠାରେ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ସ୍ଥାନୀୟ ସଂସ୍ଥା ସମେତ କୌଣସି କର୍ତ୍ତୃପକ୍ଷ ବ୍ୟବସାୟ କରିବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ। ଏଥିସହ ସମ୍ପୃକ୍ତ କୋଠାକୁ ସୁରକ୍ଷିତ ସମ୍ପତ୍ତି ଭାବରେ ବିବେଚନା କରି ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିବା ଉଚିତ ନୁହେଁ।